୭୨ ଲକ୍ଷରେ ନିଲାମ ହେଲା ଧୋନୀଙ୍କ ମ୍ୟାଜିକ୍‌ ବ୍ୟାଟ୍‌ : ଏହି ଅର୍ଥରେ ଗରିବ ପିଲାଙ୍କୁ ସାହାଯ୍ୟ କରିବ ପତ୍ନୀ ସାକ୍ଷୀଙ୍କ ଫାଉଣ୍ଡେସନ

ନୂଆଦିଲ୍ଳୀ: ଯେଉଁ ଦିନ ଭାରତ ଶ୍ରୀଲଙ୍କାକୁ ହରାଇ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ କ୍ରିକେଟ୍‌ ଜିତିଥିଲା, ତାହା ଭାରତୀୟଙ୍କ ଲାଗି ଏକ ସ୍ମରଣୀୟ ଦିନ ଥିଲା। ଦୀର୍ଘ ୨୮ ବର୍ଷ ପରେ ଟିମ୍‌ ଇଣ୍ଡିଆକୁ ଏହି ସଫଳତା ମିଳିଥିଲା । ବିଶ୍ୱକପ୍‌ କ୍ରିକେଟ୍‌ ଜିତାଇବାରେ ଗୌତମ ଗମ୍ଭୀର ଓ ଧୋନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥଲା। ଏହି ମ୍ୟାଚ୍‌ରେ ଗମ୍ଭୀରଙ୍କ ୯୭ ଓ ଧୋନୀଙ୍କ ଅପରାଜିତ ୯୧ ରନ୍‌ ବଳରେ ଟିମ୍‌ ଇଣ୍ଡିଆକୁ ଏହି ସଫଳତା ମିଳିଥିଲା । ଟିମ୍‌ ଇଣ୍ଡିଆର ତତ୍କାଳୀନ ଅଧିନାୟକ ଧୋନୀ ଏହି ମ୍ୟାଚରେ ୭୯ ବଲ୍‌ରେ ୮ଟି ଚୌକା ଓ ୨ଟି ଛକା ବଳରେ ୯୧ ରନ୍‌ କରିଥିଲେ । ଧୋନି ୪୮.୨ ବଲ୍‌ରେ କୁଲସେକରାଙ୍କ ବଲକୁ ଛକା ମାରି ମ୍ୟାଚ ଜିତିଥିଲେ ।

ଧୋନି ଯେଉଁ ବ୍ୟାଟରେ ୯୧ ରନ୍‌ କରି ଭାରତକୁ ବିଶ୍ୱକପ୍‌ କ୍ରିକେଟ୍‌ ଜିତାଇଥିଲେ ସେହି ବ୍ୟାଟକୁ ଲଣ୍ଡନରେ ୧ ଲକ୍ଷ ପାଉଣ୍ଡରେ ନିଲାମ କରାଯାଇଛି । ଭାରତୀୟ ଟଙ୍କାରେ ଏହା ହେବ ୭୨ ଲକ୍ଷ । ସୂଚନା ମୁତାବକ ଲଣ୍ଡନର ଏକ ହୋଟେଲରେ ଧୋନୀଙ୍କ ବ୍ୟାଟ ସହ ବିଶ୍ୱକପ୍‌ରେ ବ୍ୟବହୃତ ଅନ୍ୟ ସବୁ ସାମଗ୍ରୀ ନିଲାମ କରାଯାଇଥିଲା । ଏହି ନିଲାମରୁ ମିଳିଥିବା ଅର୍ଥକୁ ଧୋନୀ ଗରିବ ପିଲାଙ୍କ ସାହାଯ୍ୟ ପାଇଁ କାର୍ଯ୍ୟ କରୁଥିବା ସାକ୍ଷୀ ଫାଉଣ୍ଡେସନକୁ ଦାନ କରିଥିଲେ । ଏହି ଫାଉଣ୍ଡେସନକୁ ଧୋନୀଙ୍କ ପତ୍ନୀ ସାକ୍ଷୀ ଚଳାଉଛନ୍ତି ।

ସମ୍ବନ୍ଧିତ ଖବର