କ୍ରିକେଟ ବ୍ୟତୀତ ଏହି ଖେଳ ଖେଳନ୍ତି ଧୋନି! ଡିସେମ୍ବରରେ ଟିମ୍‌ ଇଣ୍ଡିଆରେ ଦେଖାଯାଇ ପାରନ୍ତି

ଜୁଲାଇ ୧୦ ପରେ ଟିମ୍‌ ଇଣ୍ଡିଆ ଠାରୁ ଦୂରରେ ଅଛନ୍ତି ମହେନ୍ଦ୍ର ସିଂହ ଧୋନି

ରାଞ୍ଚି: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନେଇ ଦ୍ୱନ୍ଦ୍ୱ ଆହୁରି ବଢ଼ିଛି। ଗୋଟିଏ ପଟେ ଧୋନି ଟିମ ଇଣ୍ଡିଆର ଗସ୍ତରୁ ନିଜର ନାମକୁ ଫେରାଇ ନେଉଥିବା ବେଳେ ଅନ୍ୟପଟରେ ସେ ଅବସର ନେଇ କିଛି କହୁ ନାହାନ୍ତି। ଧୋନି ବିଶ୍ୱକପ ୨୦୧୯ ପରେ ବ୍ରେକରେ ଅଛନ୍ତି। ନିକଟରେ ସେ କ୍ରିକେଟ ବ୍ୟତୀତ ବିଲିୟାର୍ଡସ ଖେଳୁଥିବା ଦେଖାଯାଇଛନ୍ତି।

ଧୋନିଙ୍କୁ ରାଞ୍ଚିରେ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏସନର ଇଣ୍ଡୋର ଷ୍ଟାଡିୟମ୍‌ରେ ବିଲିୟାର୍ଡସ୍‌ ଖେଳୁଥିବାର ଦେଖାଯାଇଛି। ଧୋନି ବିଲିୟାର୍ଡସ୍‌ ଖେଳି ବହୁତ ଆଶ୍ୱସ୍ତି ଦେଖାଯାଇଥିଲେ। ଧୋନି ଯେବେ ଠାରୁ ବ୍ରେକ୍‌ ନେଇଛନ୍ତି, ସେହି ଦିନଠାରୁ ପ୍ରଶଂସକଙ୍କ ଦୃଷ୍ଟିଭଙ୍ଗି ଅଲଗା ରହିଛି। ନିକଟରେ ଧୋନି ଗଲି କ୍ରିକେଟର ଏକ ଭିଡିଓ ସେୟାର କରିଥିଲେ। ଏହା ପୂର୍ବରୁ ଧୋନି ଏକ ନୂଆଁ ଜିପ୍‌ କିଣିଥିଲେ। ୩୮ ବର୍ଷିଅ ଧୋନିଙ୍କୁ ସ୍ଥାନୀୟ ପ୍ରଶଂସକମାନେ ନୂଆଁ ଜିପରେ ବୁଲୁଥିବା ଦେଖିଛନ୍ତି।

ଧୋନି ଏବେ ଟିମ ଇଣ୍ଡିଆ ପାଇଁ ଡିସେମ୍ବରରେ ଖେଳିପାରନ୍ତି। ଡିସେମ୍ବରରେ ୱେଷ୍ଟଇଣ୍ଡିଜ ଟିମ ଭାରତକୁ ଆସିବ। ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍‌ ଶୃଙ୍ଖଳା ଖେଳାଯିବ ୱେଷ୍ଟଇଣ୍ଡିଜର ଏହି ଗସ୍ତ ଡିସେମ୍ବର ୬ରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର