ସାମିଙ୍କ କାନରେ ଧୋନୀଙ୍କ କର୍ଣ୍ଣମନ୍ତ୍ର, ବିଶ୍ୱକପ୍‌ କ୍ରିକେଟ୍‌ରେ ରଚିଲା ଇତିହାସ

ନୂଆଦିଲ୍ଲୀ: ସାଉଥ ହମ୍ପଟମରେ ଶନିବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଶେଷ ଓଭରରେ ରୋମାଂଚକର ସ୍ଥିତିରେ ଥିଲା ଖେଳ। ବିଜୟ ପାଇଁ ଆଫଗାନିସ୍ତାନକୁ ଦରକାର ଥିଲା ୬ ବଲରେ ୧୮ ରନ୍‌। ଶେଷ ଓଭରର ବୋଲିଂ କରିବାକୁ ଆସିଥିଲେ ମହମ୍ମଦ ସାମି। ହେଲେ ପ୍ରଥମ ବଲକୁ ଚୌକା ମାରିଥିଲେ ଆଫଗାନିସ୍ଥାନ ଖେଳାଳି। ଲାଗୁଥିଲା ଏହି ଓଭରରେ ହିଁ ଭାରତ ହାତରୁ ଖସିଯିବ ମ୍ୟାଚ। ହେଲେ ୱିକେଟ ପଛରେ ଥିବା ମାହି ବୋଲିଂ ଏଣ୍ଡକୁ ଆସି ସାମିଙ୍କ କାନରେ କିଛି କହିଥିଲେ। ବାସ୍‌ କିଛି ସେକେଣ୍ଡର କଥା ଥିଲା। ମ୍ୟାଚ ଜିତିବାକୁ ରଣନୀତି ବତାଇଥିଲେ ମାହି। ଆଉ ଏହା ପରେ ଯାହା କିଛି ହେଲା ତାହା ସବୁଦିନ ପାଇଁ କ୍ରିକେଟରେ ଇତିହାସ ପାଲଠଟିଗଲା।

ସାମି ଲଗାତାର ତିନି ବଲରେ ତିନି ୱିକେଟ ନେଇ ଭାରତକୁ ଦେଲେ ରୋମାଂଚକର ବିଜୟ। ନିଜ ନାଁରେ ଯୋଡି ଦେଲେ ବିଶ୍ୱକପରେ ହ୍ୟାଟ୍ରିକର ରେକର୍ଡ। ମ୍ୟାଚ ଶେଷ ହେବା ପରେ ଜଣାପଡିଥିଲା ସାମିଙ୍କୁ ୟର୍କର ପକାଇବାକୁ କହିଥିଲେ ଧୋନୀ। ଆଉ ଏହି ଟିପ୍ସକୁ ମାନି ସାମି ବନିଗଲେ ବିଶ୍ୱକପର ହ୍ୟାଟ୍ରିକ ବୟ। ୧୯୮୭ରେ ଚେତନ ଶର୍ମାଙ୍କୁ ଯେଉଁ ସଫଳତା ମିଳିଥିଲା ସମାନ ସଫଳତା ୨୦୧୯ରେ ନିଜ ନାଁରେ କରିଛନ୍ତିି। ସାମିଙ୍କ ସଫଳତା ପଛରେ ରହିଛି ଧୋନୀଙ୍କ କର୍ଣ୍ଣମନ୍ତ୍ର।

 

ବିଶ୍ୱକପରେ ମହମ୍ମଦ ସାମୀ ଏଭଳି କିଛି କୀର୍ତ୍ତି ହାସଲ କରିଛନ୍ତି ଯାହାକୁ ସବୁଦିନ କ୍ରିକେଟ୍‌ ପ୍ରେମୀ ମନେ ରଖିବେ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ୍‌ ୱିକେଟ୍‌ ଦଖଲ କରିଥିଲେ ମହମ୍ମଦ ସାମି। ଏହା ଫଳରେ ଭାରତ ରୋମାଂଚକର ଢଙ୍ଗରେ ମ୍ୟାଚ ଜିତି ୨ ପଏଂଟ ସହିତ ଦଳର ପଏଂଟକୁ ୯କୁ ବୃଦ୍ଧି କରିଛି। ତେବେ ବିଶ୍ୱକପରେ ହ୍ୟାଟ୍ରିକ୍‌ ଦଖଲ କରିବାରେ ସାମି ହୋଇଛନ୍ତି ଦ୍ୱିତୀୟ ଭାରତୀୟ ବୋଲ। ୧୯୮୭ ବିଶ୍ୱକପରେ ଚେତନ ଶର୍ମା ପ୍ରଥମ ଭାରତୀୟ ବୋଲର ଭାବେ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍‌ ଦଖଲ କରିଥିଲେ। ଏବେ ଏହି କ୍ଲବରେ ସାମିଲ ହୋଇଯାଇଛନ୍ତି ମହମ୍ମଦ ସାମି।

ସମ୍ବନ୍ଧିତ ଖବର