ମୁମ୍ବାଇ ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

ମୁମ୍ବାଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଉ କିଛି ସମୟ ପରେ ୩ୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଶେଷ ମ୍ୟାଚରେ ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଶ୍ରୀଲଙ୍କାକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି।

କଟକର ବାରବାଟୀ ଷ୍ଟାଡିୟମରେ ୯୩ ରନ୍‌ ଓ ଇନ୍ଦୋରର ହୋଲକର ଷ୍ଟାଡିୟମରେ ୮୮ ରନ୍‌ରେ ପରାଜିତ ହୋଇଥିବା ଶ୍ରୀଲଙ୍କା ଆତ୍ମ ସମ୍ମାନ ଫେରାଇ ଆଣିବାକୁ ଉଦ୍ୟମ କରିବ। ୨-୦ରେ ଅଗ୍ରଣୀ ଥିବା ରୋହିତ ଶର୍ମାଙ୍କ ଟିମ୍‌ ଏହି ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିବାକୁ ବହୁ ପରିଶ୍ରମ କରିବ।

ଭାରତ ଏହି ମ୍ୟାଚ ଜିଣି ଶୃଙ୍ଖଳାକୁ ମୂଳପୋଛ କରି ଏକ ନୂଆ କୀର୍ତ୍ତି ସ୍ଥାପନ କରିବ। ଟିମ୍‌ ଇଣ୍ଡିଆ ଚଳିତ ବର୍ଷ ୮ଟି ଟି-୨୦ ମ୍ୟାଚ୍‌ରେ ବିଜୟୀ ହୋଇଛି। ୨୦୧୭ରେ ସର୍ବାଧିକ ମ୍ୟାଚ ବିଜୟୀ ହେବା ମାମଲାରେ ପାକିସ୍ତାନର ନାମ ରହିଛି। ତେଣୁ ଭାରତ ଅନ୍ତିମ ଟି-୨୦ରେ ଶ୍ରୀଲଙ୍କା ବିପକ୍ଷରେ ବିଜୟୀ ହେଲେ ନୂଆ ରେକର୍ଡ ସ୍ଥାପନ କରିବ। ଘରୋଇ ଶୃଙ୍ଖଳାରେ ଭାରତ ଏପର୍ଯ୍ୟନ୍ତ ଭ୍ରମଣକାରୀ ଦଳକୁ ମୂଳପୋଛ କରିପାରି ନାହିଁ। ବିଦେଶ ମାଟିରେ ଭାରତୀୟ ଖେଳାଳି ଏଭଳି ଅନୁଭୂତି ପାଇଛି। ଗତ ଜାନୁଆରିରେ ଅଷ୍ଟ୍ରେଲିଆ ୦-୩ରେ ଭାରତ ଠାରୁ ପରାସ୍ତ ହୋଇଥିଲା। ଓ୍ଵାଙ୍ଖଡେରେ ଭାରତ ୨ଟି ଟି-୨୦ ମ୍ୟାଚ ଖେଳିଛି। ଉଭୟ ମ୍ୟାଚରେ ଇଂଲଣ୍ଡ ଓ େଓ୍ଵଷ୍ଟଇଣ୍ଡିଜ ଠାରୁ ପରାସ୍ତ ହୋଇଛି।

ସମ୍ବନ୍ଧିତ ଖବର