ଜାତୀୟ କନିଷ୍ଠ ରୋଇ˚ ପାଇଁ ଓଡ଼ିଶା ଦଳ

କଟକ: ମଧ୍ୟପ୍ରଦେଶର ଭୋପାଳଠାରେ ୩୯ତମ ଜାତୀୟ କନିଷ୍ଠ ରୋଇ˚ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ୧୬ ଜଣିଆ ଓଡ଼ିଶା ଦଳର ଘୋଷଣା କରାଯାଇଛି। ବାଳିକା ଖେଳାଳିଙ୍କ ମଧ୍ୟରେ ରେଶ୍‌ମା ମିଞ୍ଜ, ଅସିମା କେର୍କେଟା, ସୋନାଲିକା ଦାସ, ରିତୁ କାଉଡି, ସୋନାଲି ସ୍ବାଇଁ, ଦୀପିକା ଖେସ୍‌, ରେଶ୍‌ମା ଲାକ୍ରା, ରିଚେଲ୍‌ ଲାକ୍ରା, ସବିତା ସୋରେଙ୍ଗ, ନୁତା ସିନି ତିର୍କି ଏବ˚ ବାଳକ ଦଳରେ ପ୍ରୀତିବନ୍ତ ଜେନା, ଲାଜରୁସ୍‌ ଧନଵର, ଆଲବିନ୍‌ ଟପ୍ପୋ, ରାକେଶ ତିର୍କି, ଆଲୋକ ମିଞ୍ଜ ସ୍ଥାନ ପାଇଛନ୍ତି। ଏମାନଙ୍କ ସହ ପ୍ରଶିକ୍ଷକ ଭାବେ ପିଟି ପାଉଲୁସ୍‌ ଭୋପାଳ ଗ୍ରସ୍ତ କରିବେ। ବାଳକରେ ଦୁଇଟି ଓ ବାଳିକାରେ ୪ଟି ଇଭେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରତିଦ୍ବନ୍ଦ୍ବିତା କରିବେ। ଓଡ଼ିଶା ରୋଇ˚ ଓ ସ୍କଲି˚ ସ˚ଘର ସଭାପତି ବିନୋଦ ଦାଶ ଓ ସାଧାରଣ ସମ୍ପାଦକ ଅମରଜ୍ୟୋତି ସି˚ହଦେଓ ସମସ୍ତ ଖେଳାଳି ଓ ପ୍ରଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର