ନଭଜ୍ୟୋତ ସିଂହ ସିଦ୍ଧୁ କହିଲେ- ଇମ୍ରାନ ଖାନ୍‌ କୁଣ୍ଡାଇ ଧରିବାକୁ କହିଲେ, କୋହଲି କ’ଣ ଓହରି ଯିବେ?

ନୂଆଦିଲ୍ଲୀ: କଂଗ୍ରେସ ନେତା ନଭଜ୍ୟୋତ ସିଂହ ସିଦ୍ଧୁ ଏସିଆ କପ୍‌ର ଭାରତ-ପାକିସ୍ତାନ ମୁକାବିଲା ମାଧ୍ୟମରେ ବିରୋଧୀ ଓ ଆଲୋଚକମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସିଦ୍ଧୁ କହିଛନ୍ତି, ଆଜି ପାକିସ୍ତାନ ସହିତ ମ୍ୟାଚ୍‌ ଖେଳୁଛେ। ଏହା ଠିକ୍‌ କଥା? କ’ଣ ଭାରତୀୟ ଖେଳାଳି ପାକିସ୍ତାନୀ ଖେଳାଳିଙ୍କ ଆଡ଼କୁ ନିଜ ପିଠି ଦେଖାଇବେ ଓ ତାଙ୍କ ଆଡ଼କୁ ପିଠି ଦେଖାଇ ଛିଡ଼ା ହେବେ। ଧରି ନିଆଯାଉ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପଡ଼ିଆକୁ ଆସି ବିରାଟ କୋହଲିଙ୍କୁ ହ୍ୟାଲୋ କୁହନ୍ତି, ତା’ହେଲେ କ’ଣ ବିରାଟ ମନା କରିବେ?

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ସମାରୋହରେ ପାକ୍‌ ସେନାଧ୍ୟକ୍ଷ ଜେନେରାଲ କମର ଜେଭେଦ ବାଜବାଙ୍କୁ କୁଣ୍ଡାଇ ଧରିବାକୁ ନେଇ ବିରୋଧୀମାନଙ୍କ ଦ୍ୱାରା କ୍ରମାଗତ ଭାବରେ ଆଲୋଚନା ଓ ସମାଲୋଚନା ହେଉଛି। ସିଦ୍ଧୁ ପୁଣି ଥରେ କହିଛନ୍ତି, ବାଜବାଙ୍କୁ କୁଣ୍ଡାଇବା ସ୍ନେହ-ମମତାର ଏକ ମୂହୁର୍ତ୍ତ ଥିଲା। କାରଣ ସେ ଗୁରୁ ନାନକଙ୍କ ବାଣୀ ଉପରେ ସଂକ୍ଷେପରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର