ସ୍ୱରା ଭାସ୍କରଙ୍କ କଥା କିଛି ବୁଝାପଡ଼ିଲାନି! ‘କଫି ଉଇଥ୍ କରଣ’ରେ ପାଣ୍ଡ୍ୟାଙ୍କ ମନ୍ତବ୍ୟ ପରେ ସେ ତାଙ୍କୁ ସମର୍ଥନ କଲେ ନା ଅସମ୍ମାନ?
ମୁମ୍ବାଇ: କରଣ ଜୋହରଙ୍କ ଟକ୍ ସୋ’ ‘କଫି ଉଇଥ୍ କରଣ’କୁ ଯିବା ପରେ ବିବାଦ ଭିତରେ ଛନ୍ଦି ହୋଇ ପଡ଼ିଛନ୍ତି କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା। ମହିଳାମାନଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିଭିନ୍ନ ମହଲରୁ ନିନ୍ଦିତ ହୋଇଥିଲେ ପାଣ୍ଡ୍ୟା। ସେ କେବେ ଭାବିନଥିଲେ ଯେ ମହିଳାମାନଙ୍କୁ ନିଚା ଦେଖାଇ ଦେଇଥିବା ବୟାନ ତାଙ୍କ ଉପରେ ଏପରି ଭାବେ ଭାରି ପଡ଼ିବ। ବିସିସିଆଇ ତାଙ୍କୁ ଖେଳରୁ ବାସନ୍ଦ କରିବାରୁ ନେଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପର୍ଯ୍ୟନ୍ତ ବି କଥା ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ, ବିଭିନ୍ନ ମହଲରେ ଚର୍ଚ୍ଚା ପାଲଟିଥିବା ପାଣ୍ଡ୍ୟାଙ୍କୁ ଅନେକ ଲୋକ ନିନ୍ଦା କରିଥିବା ବେଳେ ଅଭିନେତ୍ରୀ ସ୍ୱରା ଭାସ୍କର ତାଙ୍କର ନିନ୍ଦା କରିଛନ୍ତି କି ତାଙ୍କୁ ସମର୍ଥନ କରିଛନ୍ତି ତାହା ବୁଝିବା ମୁସ୍କିଲ୍ ହୋଇପଡ଼ିଛି। ସ୍ୱରା ହାର୍ଦ୍ଦିକଙ୍କୁ ଯେଉଁଭଳି ସମ୍ମାନର ସହ ନିଚା ଦେଖାଇଛନ୍ତି ତାହା କେବଳ ହାର୍ଦ୍ଦିକ ବୁଝିଲେ ହେଲା! ସ୍ୱରା ଏ ସଂପର୍କରେ କହିଛନ୍ତି କି ‘ମୁର୍ଖ ହେବା ଏକ ଦୋଷ ନୁହେଁ।’ ପରୋକ୍ଷ ଭାବେ ପାଣ୍ଡ୍ୟାଙ୍କ ବୁଦ୍ଧିକୁ ନାପସନ୍ଦ କରି ତାଙ୍କୁ ବଡ଼ କୌଶଳର ସହ ଅଜ୍ଞାନୀ କହିଛନ୍ତି ସ୍ୱରା।