ବିଶ୍ୱକପ କ୍ରିକେଟ : ଟସ ଜିଣି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ନ୍ୟୁଜିଲାଣ୍ଡ, ଓଭର ସଂଖ୍ୟା ୪୯କୁ ହ୍ରାସ

ବର୍ମିହାମ : ବର୍ମିହାମର ଏଜବେଷ୍ଟନଠାରେ ଆଦି ବିଶ୍ୱକପ କ୍ରିକେଟ ୨୦୧୯ର ୨୫ ତମ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ବର୍ଷା ଯୋଗୁଁ ଏହି ମ୍ୟାଚ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଟସ ଜିଣି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ ପ୍ରଥମେ ବୋଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିବାରୁ ମୋଟ ଓଭର ସଂଖ୍ୟା ୪୯କୁ ହ୍ରାସ କରିଦିଆଯାଇଛି ।
ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଦଳ ଉତ୍ତମ ପ୍ରଦର୍ଶନ କରି ୭ ପଏଣ୍ଟ ସହ ପଏଣ୍ଟ ଟେବୁଲର ୩ ନମ୍ବର ସ୍ଥାନରେ ରହିଛି । କ୍ୱିଓ୍ଵିଦଳ ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ହାସଲ କରିଛି ଓ ଭାରତ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏଣୁ ନ୍ୟୁଜିଲାଣ୍ଡ ଦଳ ଏପର୍ଯ୍ୟନ୍ତ କୌଣସି ମ୍ୟାଚରେ ହାରିନାହିଁ । ଅନ୍ୟପକ୍ଷରେ ବିଶ୍ୱ କ୍ରିକେଟର ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଏହି ଦଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ୩ଟି ମ୍ୟାଚରେ ପରାଜିତ ହୋଇଥିବାବେଳେ କେବଳ ଆଫଗାନିସ୍ତାନ ମ୍ୟାଚରେ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ଦଳ ଏପର୍ଯ୍ୟନ୍ତ ମାତ୍ର ୩ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର