ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ଆସନ୍ତାକାଲି ବେଲଜିୟମ୍‌କୁ ଚ୍ୟାଲେଞ୍ଜ କରିବ ଭାରତ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ଭାରତ ଚମକପ୍ରଦ ଆରମ୍ଭ କରିଛି। ନିଜର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ପରାସ୍ତ କରିଥିବା ଭାରତୀୟ ଟିମ୍‌ ଡିସେମ୍ବର ୨ (ରବିବାର) ବିଶ୍ୱର ୩ ନମ୍ବର ଟିମ୍‌ ବେଲଜିୟମକୁ ଭେଟିବ। ବେଲଜିୟମ୍‌କୁ ପରାସ୍ତ କରି ଭାରତ ସେମିଫାଇନାଲରେ ଆଡକୁ ଅଗ୍ରସର ହେବା ପାଇଁ ଶତପ୍ରତିଶତ ଉଦ୍ୟମ କରିବ। ଅନ୍ୟପଟରେ ବେଲଜିୟମ ମଧ୍ୟ ନିଜର ବିଜୟ ଅଭିଯାନ ଜାରି ରଖିବାକୁ ନିଶ୍ଚିତ ରୂପେ ଚେଷ୍ଟା କରିବ। ନିଜର ପ୍ରଥମ ମ୍ୟାଚରେ ବେଲଜିୟମ ୨-୧ଗୋଲରେ କାନାଡାକୁ ପରାସ୍ତ କରିଥିଲା।

ରିଓ ଅଲମ୍ପିକ୍‌ର ରୌପ୍ୟ ପଦକ ବିଜେତା ବେଲଜିୟମ ଟିମ କାନାଡାକୁ ଯଦିଓ ୨-୧ ଗୋଲରେ ପରାସ୍ତ କରିଥିଲା, ତଥାପି ପ୍ରଦର୍ଶନ ଆଶାନୁରୂପକ ନ ଥିଲା। ଅଲମ୍ପିକ୍‌ରେ ୮ ଥର ଚାମ୍ପିଅନ ଭାରତ କେବଳ ୧୯୭୫ ବିଶ୍ୱକପ ଜିତିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ଏବେ ବେଲଜିୟମକୁ ପରାସ୍ତ କରିବା ପାଇଁ ଭାରତୀୟ ଖେଳାଳିମାନେ ସ୍ୱତନ୍ତ୍ର ଭାବରେ ରଣନୀତି ପ୍ରସ୍ତୁତ କରିବେ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ମନନ୍ଦୀପ ସିଂହ, ସିମରନଜିତ ସିଂହ, ଆକାଶଦୀପ ସିଂହ ଏବଂ ଲଳିତ ଉପାଧ୍ୟାୟ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ସିମରନଜିତ ସିଂହ ୨ଟି ଗୋଲ ଦେଇଥିବା ବେଳେ ଅନ୍ୟମାାନେ ୧-୧ ଗୋଲ ଦେଇଥିଲେ।

ସମ୍ବନ୍ଧିତ ଖବର