ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ମାଲେସିଆ ବିପକ୍ଷରେ ନେଦରଲାଣ୍ଡ ଏକତରଫା ବିଜୟୀ

ନେଦରଲାଣ୍ଡ ଠାରୁ ୭-୦ ଗୋଲରେ ହାରିଲା ମାଲେସିଆ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ପୁଲ-ଡି ମ୍ୟାଚ୍‌ରେ ଶନିବାର ନେଦରଲାଣ୍ଡ ଏକତରଫା ବିଜୟୀ ହୋଇଛି। ପୂର୍ବରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ନେଦରଲାଣ୍ଡ ୭-୦ ଗୋଲରେ ମାଲେସିଆକୁ ପରାସ୍ତ କରିଛି। ଏଥି ସହିତ ଚଳିତ ହକି ବିଶ୍ୱକପରେ ନେଦରଲାଣ୍ଡ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ ଦେବା ରେକର୍ଡ କରିଛି। ପୂର୍ବରୁ ଭାରତ ୫-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।

କଳିଙ୍ଗ ହକି ଗ୍ରାଉଣ୍ଡରେ ଖେଳାଯାଇଥିବା ୭ମ ମ୍ୟାଚରେ ଦର୍ଶକ ଭରପୁର ମଜା ଉଠାଇଛନ୍ତି।

ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୮ମ ମ୍ୟାଚ୍‌ ଆଜି ରାତି ୭ଟାରେ ପାକିସ୍ତାନ ଏବଂ ଜର୍ମାନୀ ମଧ୍ୟରେ ଖେଳାଯିବ। ହକି ଇତିହାସରେ ପାକିସ୍ତାନ ଓ ଜର୍ମାନୀର ସ୍ଥାନ ସ୍ୱତନ୍ତ୍ର। ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିଲେ ମଧ୍ୟ ପାକିସ୍ତାନର ଖେଳାଳିମାନେ ହକିରେ ଶକ୍ତିଶାଳୀ ପ୍ରଦର୍ଶନ କରିଥାନ୍ତି। ଅନ୍ୟପକ୍ଷରେ ହକିରେ ଜର୍ମାନୀର ସ୍ୱତନ୍ତ୍ର ପରିଚୟ ରହିଛି। ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଦର୍ଶକ ନିଶ୍ଚିତ ଭାବରେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର