ଡାନ୍‌ଙ୍କୁ ଦାବିଲେ ପ୍ରଣୟ:ଇଣ୍ଡୋନେସିଆ ଓପନ୍‌: ସାଇନା, ସମୀର ଓ ପ୍ରଣିତ ବି ଆଗେଇଲେ

ଜାକର୍ତା: ଦୁଇ ଭାରତୀୟ ତାରା ଏଚ୍‌ଏସ୍‌ ପ୍ରଣୟ ଓ ସାଇନା ନେହ୍ଵାଲ ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ପୁରୁଷ ଏକକ ପ୍ରଥମ ପର୍ଯ୍ୟାୟରେ ବିଶ୍ୱ ମାନ୍ୟତାର ତ୍ରୟୋଦଶ ପ୍ରଣୟ ବିଶ୍ୱ ମାନ୍ୟତାର ଅଷ୍ଟମ ଚୀନ୍‌ ତାରକା ଲିନ୍‌ ଡାନ୍‌ଙ୍କୁ ଦାବିଛନ୍ତି। ପ୍ରଣୟ ସିଧାସଳଖ ଗେମ୍‌ ୨୧-୧୫ ଓ ୯-୨୧ ଓ ୨୧-୧୪ରେ ଡାନ୍‌ଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିଛନ୍ତି। ପ୍ରଣୟ ମଧ୍ୟ ୨୦୧୬ ଫ୍ରେଞ୍ଚ୍‌ ଓପନ୍‌ରେ ଡାନ୍‌ଙକ୍କୁ ପରାସ୍ତ କରିଥିଲେ। ଅନ୍ୟ ଏକ ପୁରୁଷ ଏକକ ମୁକାବିଲାରେ ସମୀର ବର୍ମା ୨୧-୯, ୧୨-୨୧ ଓ ୨୨-୨୦ରେ ଡେନ୍‌ମାର୍କର ରସ୍‌ମୁସ୍‌ ଗେମ୍‌କେଙ୍କୁ ଏବଂ ବି ସାଇ ପ୍ରଣୀତ ୨୧-୧୦ ଓ ୨୧-୧୩ ସିଧାସଳଖ ଗେମ୍‌ରେ ତାଇପେ ପ୍ରତିଦ୍ୱନ୍ଦ୍ୱୀ ଓ୍ଵାଙ୍ଗ୍‌ ଜୁ ଓ୍ଵି’ଙ୍କୁ ପରାସ୍ତ କରି ପ୍ରଥମ ପର୍ଯ୍ୟାୟ ପାରି ହୋଇଛନ୍ତି। ମହିଳା ଏକକରେ ସାଇନା ଇଣ୍ଡୋନେସିଆର ଦିନାର୍‌ ଦିୟା ଆୟୁଷ୍ଟାଇନ୍‌ଙ୍କୁ ୨୧-୧୨, ୨୧-୧୨ ସିଧାସଳଖ ଗେମ୍‌ରେ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟ ସ୍ଥାନ ସୁରକ୍ଷିତ କରିଛନ୍ତି।

ସମ୍ବନ୍ଧିତ ଖବର