ଭାରତ ‘ଏ’ର ନେତୃତ୍ବ ନେବେ ରାହାଣେ

ମୁମ୍ବାଇ: ଭାରତ ଗସ୍ତରେ ଆସୁଥିବା ଇଂଲଣ୍ଡ ଲାୟନ୍ସ ବିପକ୍ଷ ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳା ଏବଂ ଦୁଇଟି ଚାରି ଦିନିଆ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ତିନିଟି ଦିନିକିଆରେ ଅଜିଙ୍କ୍ୟ ରାହାଣେ ଭାରତୀୟ ‘ଏ’ ଦଳର ନେତୃତ୍ବ ନେବେ। ବଳକା ଦୁଇଟି ଦିନିକିଆର ନେତୃତ୍ବ ଅଙ୍କିତ ବାୱନେ ବହନ କରିବେ। ଦିନିକିଆ ଶୃଙ୍ଖଳା‌ ଆସନ୍ତା ୨୩ ତାରିଖରୁ କେରଳର ଥିରୁବନ୍ତପୁରମରେ ଆରମ୍ଭ ହେବ। ଚାରି ଦିନିଆ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ସେହି କେରଳର ୱାଏନାଡଠାରେ ଫେବ୍ରୁଆରି ୭ରୁ ଆରମ୍ଭ ହେବ। ପ୍ରଥମ ତିନିଟି ଦିନିକିଆ ଲାଗି ଭାରତୀୟ ‘ଏ’ ଦଳ: ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅନମୋଲପ୍ରୀତ ସିଂହ, ରିତୁରାଜ ଗାଏକ୍ବାଡ୍, ଶ୍ରେୟସ୍ ଆୟର, ହନୁମା ବିହାରୀ, ଅଙ୍କିତ ବାୱନେ, ଈଶାନ କିଶନ, କ୍ରୁନାଲ ପାଣ୍ଡ୍ୟା, ଅକ୍ଷର ପଟେଲ, ମୟଙ୍କ ମାର୍କଣ୍ଡ, ଜୟନ୍ତ ଯାଦବ, ସିଦ୍ଧାର୍ଥ କୌଲ, ସାର୍ଦୁଲ ଠାକୁର, ଦୀପକ ଚହର, ନଭଦୀପ ସାଇନି। ଶେଷ ଦୁଇ ଦିନିକିଆ ଲାଗି ଭାରତ ‘ଏ’ ଦଳ: ଅଙ୍କିତ ବାୱନେ (ଅଧିନାୟକ), ରିତୁରାଜ ଗାଏକ୍ବାଡ୍, ଅନମୋଲପ୍ରୀତ ସିଂହ, ରିକି ଭୂଇ, ସିଦ୍ଦେଶ ଲାଡ୍, ହିମତ ସିଂହ, ଋଷବ ପନ୍ତ, ଦୀପକ ହୁଦା, ଅକ୍ଷର ପଟେଲ, ରାହୁଲ ଚହର, ଜୟନ୍ତ ଯାଦବ, ନଭଦୀପ ସାଇନି, ଅଭେଶ ଖାନ୍, ଦୀପକ ଚହର, ସାର୍ଦୁଲ ଠାକୁର।

ସମ୍ବନ୍ଧିତ ଖବର