ରାହୁଲ୍‌ ଉଠିଲେ, କୁଲ୍‌ଦୀପ୍‌ ଖସିଲେ

ଟ୍ବେଣ୍ଟି-୨୦ ମାନ୍ୟତା

ଦୁବାଇ: ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଲୋକେଶ ରାହୁଲ୍‌ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ଗୋଟିଏ ସ୍ଥାନ ଉଠିଥିଲା ବେଳେ ଚାଇନାମ୍ୟାନ୍‌ ସ୍ପିନର କୁଲ୍‌ଦୀପ୍‌ ଯାଦବ ଖସିଯାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ୪୭ ଓ ୫୦ ରନ୍‌ କରିଥିବା ରାହୁଲ୍‌ ମଙ୍ଗଳବାର ପ୍ରକାଶିତ ସାନି ମାତ୍ୟତା ତାଲିକାରେ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛନ୍ତି। ତେବେ ଏହି ଶୃଙ୍ଖଳାରୁ ବିଶ୍ରାମ ପାଇଥିବା କୁଲ୍‌ଦୀପ୍‌ ବୋଲରଙ୍କ ମାନ୍ୟତା ତାଲିକାରେ ଗୋଟିଏ ସ୍ଥାନ ଖସି ପଞ୍ଚମରେ ପହଞ୍ଚିଛନ୍ତି। ପାକିସ୍ତାନର ବାବର ଆଜାମ୍‌ ଓ ଆଫ୍‌ଗାନିସ୍ତାନର ରସିଦ୍‌ ଖାନ୍‌ ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରେ ଅପରିବର୍ତିତ ରହିଛନ୍ତି।

ସମ୍ବନ୍ଧିତ ଖବର