ରଜତ ଶର୍ମା ଦିଲ୍ଲୀ କ୍ରିକେଟ୍‌ ମୁଖ୍ୟ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଦିଲ୍ଲୀ ଆଣ୍ଡ୍‌ ଡିଷ୍ଟ୍ରିକ୍ଟ୍‌ସ କ୍ରିକେଟ୍‌ ସଂଘ (ଡିଡିସିଏ)ର ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସୋମବାର ହୋଇଥିବା ଡିଡିସିଏ ସଭାପତି ନିର୍ବାଚନରେ ଶର୍ମା ପୂର୍ବତନ ଟେଷ୍ଟ୍‍ କ୍ରିକେଟର୍‌ ମଦନ ଲାଲ୍‌ଙ୍କୁ ୫୧୭ ଭୋଟ୍‌ରେ ପରାସ୍ତ କରିଥିଲେ। ଶର୍ମା ୧୫୨୧ ଭୋଟ୍‌ ପାଇଥିଲା ବେଳେ ମଦନ ଲାଲ ୧୦୦୪ ଭୋଟ ଏବଂ ତୃତୀୟ ପ୍ରାର୍ଥୀ ବିକାଶ ସିଂହ ୨୩୨ ଭୋଟ୍‌ ପାଇଥିଲେ। ରାକେଶ ବଂଶଲ ବିସିସିଆଇ କାର୍ଯ୍ୟକାରୀ ସଭାପତି ସିକେ ଖାନାଙ୍କ ପତ୍ନୀ ଶଶୀଙ୍କୁ ୨୭୮ ଭୋଟ୍‌ରେ ପରାସ୍ତ କରି ଉପ-ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ବଂଶଲଙ୍କୁ ୧୩୬୪ ଏବଂ ଶଶୀଙ୍କୁ ୧୦୮୬ ଭୋଟ୍‌ ମିଳିଥିଲା। ଅନ୍ୟମାନଙ୍କ ମଧ୍ୟରେ ବିିନୋଦ ଥିହାରା ସମ୍ପାଦକ, ରଂଜନ ମଞ୍ଚନ୍ଦା ଯୁଗ୍ମ ସମ୍ପାଦକ, ଓମ୍‌ ପ୍ରକାଶ ଶର୍ମା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର