ଆଇସିସି ହଲ ଅଫ ଫେମରେ ସ୍ଥାନ ପାଇଲେ ସଚିନ, ଆଲାନ ଡୋନାଲ୍ଡ

ନୂଆଦିଲ୍ଲୀ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିର ସମ୍ମାନଜନକ ହଲ ଅଫ ଫେମରେ ସ୍ଥାନ ପାଇଛନ୍ତି । ତାଙ୍କ ସହିତ ଦକ୍ଷିଣ ଆଫ୍ରିକାର ମହାନ ଫାଷ୍ଟବୋଲର ଆଲାନ ଡୋନାଲ୍ଡ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି । ଏ ସଂପର୍କରେ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ସଚିନ ତେନ୍ଦୁଲକରଙ୍କ ପୂର୍ବରୁ ବିଶେନ ସିଂ ବେଦୀ, କପିଳ ଦେବ,ସୁନୀଲ ଗାଭାସ୍କର, ଅନୀଲ କୁମ୍ବଲେ ଓ ରାହୁଲ ଦ୍ରାବିଡ ଆଇସିସିର ହଲ ଅଫ ଫେମରେ ସ୍ଥାନ ପାଇଛନ୍ତି ।

 

ଜଣେ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଅତି କମରେ ୫ ବର୍ଷ ପରେ ଆଇସିସି ହଲ ଅଫ ଫେମରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକାଳୀନ ମହାନ ଖେଳାଳିଭାବେ ଜଣାଣୁଣା । ସେ ଟେଷ୍ଟରେ ୫୧ଟି ଓ ଏକଦିବସୀୟରେ ୪୯ଟି ଶତକ ହାସଲ କରିଛନ୍ତି । ସେ ଗତ ୨୦୧୩, ନଭେମ୍ବର ୧୪ରେ ଶେଷ ଟେଷ୍ଟ ଖେଳିଥିଲେ ।

ସମ୍ବନ୍ଧିତ ଖବର