ସଂଘର୍ଷ କ୍ଲବ୍‌ ଜିତିଲା ମା’ ଭୈରବୀ କପ୍‌

ଚାରିଛକ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମରେ ପୁରୁଣାକଟକ ଫୁଟ୍‌ବଲ୍‌ ସଂଘ ଓ ଭୈରବୀ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ଚାଲିଥିବା ମା’ ଭୈରବୀ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ ଭୁବନେଶ୍ୱର ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲରେ ଜଗା ୟୁନାଇଟେଡ଼ ଦଳକୁ ୫-୪ ଗୋଲ୍‌ (ଟାଇବ୍ରେକର୍‌)ରେ ପରାସ୍ତ କରି ସଂଘର୍ଷ କ୍ଲବ୍‌ ବିଜେତା ହୋଇଛି। ଶ୍ୟାମସୁନ୍ଦର ଶାହା, ବିଭୂତିଭୂଷଣ ବେହେରା ଓ ଦିଲୀପ ରାଉତ ଖେଳ ପରିଚାଳନା କରିଥିଲେ। ମ୍ୟାଚ କମିସନର ଭାବେ ଉମାଶଙ୍କର ରାଉତ ଓ ସୁଦର୍ଶନ ଭୋକ୍ତା କାର୍ଯ୍ୟ ତୁଲାଇଥିଲେ। ମନୋଜ ପାଠୀ ଧାରାବିବରଣୀ ଦେଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ବୌଦ୍ଧ ବିଧାୟକ ତଥା ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଖୋର୍ଧା ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୁରୁଣାକଟକ ଯୁବ ଶିଳ୍ପପତି ଅଶୋକ ଅଗ୍ରଓ୍ଵାଲ୍‌ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ଓଡ଼ିଶା ପୁଲିସ ଦଳର ମୁଖ୍ୟ ଖେଳାଳି ବିଶେଶ୍ୱର ଭୋକ୍ତା, ଓଡ଼ିଶା ଫୁଟ୍‌ବଲ୍‌ ସଂଘର ସଦସ୍ୟ ହୃଦୟ ରଂଜନ ବେହେରା, ଅବସରପ୍ରାପ୍ତ ଖେଳ ପ୍ରଶିକ୍ଷକ ସୁଶିଲ ଭୋକ୍ତାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଆୟୋଜକ ସଂଘର ସଭାପତି ସୁରେନ ପ୍ରଧାନ, ସାଙ୍ଗଠନିକ ସଂପାଦକ ପ୍ରାଣବନ୍ଧୁ ସାହୁ, ସଂପାଦକ ଓ କୋଷାଧ୍ୟକ୍ଷ ସତୀଶ ବେହେରା, ଆବାହକ ପ୍ରଦତ ଭୋକ୍ତା, ଉପଦେଷ୍ଟା ରାଜକିଶୋର ଅଗ୍ରଓ୍ଵାଲ, ବିଜୟ କହଁର, ନାରଦ ସେଠୀ, ଅଜିତ ଦେହୁରୀ, ସୁକାନ୍ତ ପଟନାୟକ, ଭୈରବୀ କ୍ଲବ୍‌ର ଫୁଟ୍‌ବଲ ଅଧିନାୟକ ଅବିନାଶ ସେଠୀଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର