ଭୁବନେଶ୍ୱର: କଳିଙ୍ଗ ନଗର ଡିଏଭି ପବ୍ଲିକ୍ ସ୍କୁଲ୍ ଦ୍ୱାରା ଆୟୋଜିତ ଚତୁର୍ଦଶ ବିଦ୍ୟାଳୟ ଓପନ୍ ଚେସ୍ ପ୍ରତିଯୋଗିତାରେ ଭୁବନେଶ୍ୱର ସେଣ୍ଟ୍ ଆର୍ନୋଲ୍ଡ ଉଚ୍ଚ ବିଦ୍ୟାଳୟ ଛାତ୍ର କୁମାର ଅଭିଜିତ୍ ବିଜେତା ହୋଇଛନ୍ତି। ସେ ସର୍ବାଧିକ ୬.୫ ପଏଣ୍ଟ୍ ପାଇ ପ୍ରଥମ ସ୍ଥାନରେ ରହିଥିଲା ବେଳେ ତନ୍ମୟ କୁମାର (ଭୁବନେଶ୍ୱର ଷ୍ଟିଓ୍ଵାର୍ଟ ସ୍କୁଲ୍) ଓ ଜଗଦୀଶ ଘଡାଇ (ଡିଏଭି କଳିଙ୍ଗ ନଗର) ୬ ପଏଣ୍ଟ୍ ଲେଖାଏଁ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତ୍ରିଦେବ ସାହୁ, ସୁମନ କୁମାର ପତ୍ରୀ, ଏମ୍ ବୈଭବ, ସାସ୍ୱତ ସାହୁ, ନିଖିଲ ସାହୁ, ଜୀବନଜ୍ୟୋତି ଦାସ, ପୀୟୂଷ ଚିନାରା, ରଶ୍ମୀପ୍ରଭା ଦାସ, ସିଦ୍ଧାର୍ଥ ମିଶ୍ର, ଆୟୂଷ ଦାସ, ଦେବାଂଶୀ ଷଡ଼ଙ୍ଗୀ ଓ ସୁଜିତ୍ ଦାଶ ଚତୁର୍ଥରୁ ପଞ୍ଚଦଶ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ସେହିପରି ବିଭିନ୍ନ ବୟସ ବର୍ଗରେ ଅଭିଜିତ ବିଶ୍ୱାଳ, ଆଦିତ୍ୟ ମହାନ୍ତି, ଅନୟ ସୌର୍ଯ୍ୟ ମହାନ୍ତି, ଆରିହାନ୍ ମିଶ୍ର, ତମନ୍ନା କୁମାରୀ (୮ରୁ କମ୍), ବୈଭବ ଘୋଷ, ଅବିନାଶ ଆଚାର୍ଯ୍ୟ, ଆର୍ଯ୍ୟନ୍ ଆଦେଶ ଛାଟୋଇ, ସୋୟମ୍ ସାହୁ, ଅଂଶୁମାନ ପତି (୧୦ରୁ କମ୍), ହର୍ଷନ୍ ନାୟକ, ରାମାନୁଜମ୍ ପ୍ରଧାନ, ଅମାନ୍ ଅଲ୍ଲୀ, ପ୍ରତୀକ ନାଏକ, ଅମଲ୍ ଦାଶ (୧୨ରୁ କମ୍), ଶିବାଙ୍ଗୀ ମହାନ୍ତି, ଅଭିଷେକ କର, ଲୁଇସ୍ ବିଷୋୟୀ, ଦୀପକ୍ ଦାସ, ରାଜଶ୍ରୀ ଦୀକ୍ଷିତ (୧୪ରୁ କମ୍), ଅନନ୍ୟା ଅପରିମିତା, ଅକ୍ଷିତା ନାୟକ, ଆୟୂଷୀ ଦାସ, ନମସ୍ୟା ନଳିନୀ, ନୀତିଷା ସୁର୍ (ବାଳିକା) ସ୍ୱତନ୍ତ୍ର ପୁରସ୍କାର ପାଇଥିଲା ବେଳେ ଅମ୍ରିତ୍ ଶତପଥୀ, ଆୟୁଷ୍ମାନ ସାହୁ, ଭାବନା ପ୍ରଧାନଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ମିଳିଥିଲା। ଡିଏଭି କଳିଙ୍ଗନଗର ଅଧ୍ୟକ୍ଷ ବିପିନ କୁମାର ସାହୁ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।