ସିଲି ପଏଣ୍ଟ୍‌:ପ୍ରେମିକାଙ୍କୁ ହତ୍ୟା ପରେ ଇଟାଲି ଫୁଟ୍‌ବଲର୍‌ଙ୍କ ଆତ୍ମହତ୍ୟା

ମିଲନ୍‌: ଇଟାଲିର ଫୁଟ୍‌ବଲ୍‌ ତାରକା ଫେଡେରିକୋ ଜିନି ଏବଂ ତାଙ୍କ ପୂର୍ବତନ ପ୍ରେମିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଉଭୟଙ୍କ ମୃତ୍ୟୁ ହତ୍ୟା ଏବଂ ଆତ୍ମହତ୍ୟା ବୋଲି ସନ୍ଦେହ ଉପୁଜିଛି। ସେରି ଡି ଦଳ ପକ୍ଷରୁ ଖେଳୁଥିବା ୨୫ ବର୍ଷ ବୟସ୍କ ଜିନି ଏବଂ ତାଙ୍କ ପୂର୍ବତନ ପ୍ରେମିକା ୩୦ ବର୍ଷ ବୟସ୍କା ଇଲିସା ଆମାଟୋଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାକୁ ନେଇ ଉତ୍ୟକ୍ତ ଜିତି ପୂର୍ବ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କରିଥିବା ପୁଲିସ କହିଛି। ପ୍ରେମିକାଙ୍କୁ ହତ୍ୟା କରିବା ପରେ ଜିନି ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୁଲିସ କହିଛି। ସାନ୍‌ ମିନିଆଟୋରେ ଶନିବାର ସକାଳେ ଉଭୟଙ୍କ ମରଶରୀର ଜିନିଙ୍କ କାର୍‌ ଭିତରୁ ଜବତ କରାଯାଇଛି। ଏହା ଏକ ହତ୍ୟାକାଣ୍ଡ ଓ ଆତ୍ମହତ୍ୟା ବୋଲି ପୁଲିସ ସ୍ପଷ୍ଟ କରିଛି। ଜିନି ଜଣେ ଉଦୀୟମାନ ଖେଳାଳି ଭାବେ ଇଟାଲିରେ ଜଣାଶୁଣା ଥିଲେ। ସେ ୪ ବର୍ଷ ଧରି ମାଲ୍‌ଟା, ବୁଲ୍‌ଗେରିଆ, ଫିଲିପାଇନ୍‌ସ ଓ ମଙ୍ଗୋଲିଆରେ ଖେଳିବା ପରେ ଗତବର୍ଷ ଇଟାଲିକୁ ଫେରିଥିଲେ।

ସମ୍ବନ୍ଧିତ ଖବର