ରାଜ୍ୟ ଓପନ୍‌ ଜୁଡୋ :କିସ୍‌କୁ ଦ୍ୱିମୁକୁଟ

ଭୁବନେଶ୍ୱର: ରାଜ୍ୟ ଓପନ୍‌ ଜୁଡୋ ପ୍ରତିଯୋଗିତା ଏବଂ କ୍ୟାଡେଟ୍‌, କନିଷ୍ଠ ଓ ବରିଷ୍ଠ ବର୍ଗ ପାଇଁ ଚୟନ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ପରାଦୀପ ମୁନିସିପାଲ୍‌ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ପ୍ରତିଯୋଗିତାରେ କିସ୍‌ ଦ୍ୱିମୁକୁଟ ହାସଲ କରିଛି। ଉଭୟ କ୍ୟାଡେଟ୍‌ ଏବଂ ବରିଷ୍ଠ ବର୍ଗରେ କିସ୍‌ ବିଜେତା ହୋଇଥିଲା ବେଳେ କନିଷ୍ଠ ବର୍ଗରେ ବରଗଡ଼ ବିଜେତା ହୋଇଥିଲା। ଏହି ପ୍ରତିଯୋଗିତାରେ ୧୫ ଜିଲ୍ଲା ସହ କିସ୍‌ ଏବଂ ଭୁବନେଶ୍ୱରରୁ ୨୦୦ରୁ ଅଧିକ ଖେଳାଳି ଓ ଅଧିକାରୀ ଭାଗ ନେଇଥିଲେ। ଓଡ଼ିଶା ରାଜ୍ୟ ଜୁଡୋ ସଂଘ (ଓଏସ୍‌ଜେଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ଗୀତାଞ୍ଜଳି ପଣ୍ଡା, ବୈଷୟିକ ସମ୍ପାଦକ କନ୍ଦନ ମୁର୍ମୁ ଓ ଜଗତସିଂହପୁର ଜୁଡୋ ସଂଘର ସମ୍ପାଦକ ଲୋପାମୁଦ୍ରା ପତି ଉଦ୍‌ଘାଟନୀ ଉତ୍ସବରେ ଏବଂ ପାରାଦୀପ ଏଏସ୍‌ପି ବିସି ମିଶ୍ର ଓ ପାରାଦୀପ ବନ୍ଦର କ୍ରୀଡ଼ା ପରିଷଦ ସମ୍ପାଦକ ରବି ଦାସ ଉଦ୍‌ଯାପନୀ ଉତ୍ସବରେ ଅତିଥି ରହିଥିଲେ। ପ୍ରତିଯୋଗିତାକୁ ପୁରୁରବା ମହାପାତ୍ର, ସାଗର ଜେନା, ବସନ୍ତ ଦଳାଇ, ବିଶ୍ୱଜିତ ମାହାରି ପ୍ରମୁଖ ପରିଚାଳନା କରିଥିଲା ବେଳେ ପ୍ରିୟରଂଜନ ଶତପଥୀ ଓ ଶୁଭ ମହାନ୍ତି ଏଥିରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର