ନେଲସନ୍: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଘରୋଇ ନ୍ୟୁଜିଲାଣ୍ଡ୍ ଦଳ ୩-୦ରେ ପୋଛି ନେଇଛି। ରସ୍ ଟେଲର୍ (୧୩୭, ୧୩୧ ବଲ୍, ୯ ଚୌକା, ୪ ଛକା) ଏବଂ ହେନରି ନିକଲ୍ସ (୧୨୪*, ୮୦ ବଲ୍, ୧୨ ଚୌକା, ୩ ଛକା)ଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ୍ ୪ ୱିକେଟ୍ ହରାଇ ୩୬୪ ରନ୍ କରିଥିଲା। ୩୧ ରନ୍ରେ ୨ ୱିକେଟ୍ ହରାଇଥିବା ଘରୋଇ ଦଳ ପାଇଁ ଅଧିନାୟକ କେନ୍ ୱିଲିୟମସନ୍ (୫୫, ୬୫ ବଲ, ୬ ଚୌକା, ୧ ଛକା) ଏବଂ ଟେଲର୍ ତୃତୀୟ ୱିକେଟ୍ ପାଇଁ ୧୧୬ ରନ୍ ଯୋଡ଼ିଥିଲେ। ଏହା ପରେ ଟେଲର-ନିକଲ୍ସ ଚତୁର୍ଥ ୱିକେଟ୍ ଭାଗୀଦାରିରେ ୧୫୪ ରନ୍ ଯୋଡ଼ିବାରୁ କିୱି ଦଳ ବଡ଼ ସ୍କୋର୍ ଛିଡ଼ା କରିଥିଲା। ଟେଲର୍ ନିଜର ୨୦ତମ ଏବଂ ନିକଲ୍ସ ନିଜର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ଜବାବରେ ତିସରା ପେରେରା (୮୦, ୬୩ ବଲ୍, ୭ ଚୌକା, ୩ ଛକା)ଙ୍କ ବିସ୍ଫୋରକ ଅର୍ଧଶତକ ସତ୍ତ୍ବେ ଶ୍ରୀଲଙ୍କା ୨୪୯ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ୱିଲିୟମସନ୍ଙ୍କ ଦଳ ୧୧୫ ରନ୍ରେ ବଡ଼ ବିଜୟ ହାସଲ କରି ନେଇଥିଲା। ରସ୍ ଟେଲର୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍ ୫୦ ଓଭରରେ ୩୬୪/୪ (ରସ୍ ଟେଲର-୧୩୭, ହେନରି ନିକଲ୍ସ-୧୨୪*, କେନ୍ ୱିଲିୟମ୍ସନ୍-୫୫, ଲସିଥ୍ ମାଲିଙ୍ଗା-୩/୯୩, ପି ସନ୍ଦକନ୍-୧/୫୪)। ଶ୍ରୀଲଙ୍କା ୪୧.୪ ଓଭରରେ ୨୪୯ (ତିସରା ପେରେରା-୮୦, ନିରୋଶାନ ଡିକୱାଲା-୪୬, କୁସାଲ ପେରେରା-୪୩, ଦିମୁଥ ଗୁଣତିଳକ-୩୬, ଲୋକି ଫର୍ଗୁସନ୍-୪/୪୦, ଈଶ ସୋଢ଼ୀ-୩/୪୦)।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର