ମୁମ୍ବାଇ: ସ୍ୱାଧୀନତା ଦିବସରେ ଭାରତୀୟ କ୍ରିକେଟ୍ର ମହାନ ଅଧିନାୟକ ଅଜିତ ଓ୍ଵାଦେକରଙ୍କ ପରଲୋକ ଖବର ଖେଳ ଦୁନିଆକୁ ଦୁଃଖ ଓ ଶୋକରେ ଭସାଇ ଦେଇଥିଲା। ଖେଳ ଦୁନିଆରେ ବି ରହିଥିଲା ବିଷାଦର ବାତାବରଣ।
ରବି ଶାସ୍ତ୍ରୀ: ଭାରତ ଜଣେ ସଫଳତମ ଅଧିନାୟକଙ୍କୁ ହରାଇଲା।
ବିସିସିଆଇ: ଭାରତୀୟ କି୍ରକେଟ୍କୁ ସେ ନାନାଭାବେ ସେବା କରିଥିଲେ।
ସଚିନ ତେନ୍ଦୁଲକର: ନବେ ଦଶକରେ ଆମଠାରୁ ଶ୍ରେଷ୍ଠତ୍ୱ ବାହାର କରିବାରେ ସେ ଧୂରୀଣ ଥିଲେ।
ଅନୀଲ କୁମ୍ବଲେ: ଗଭୀର ଦୁଃଖିତ। ସେ ପିତୃସମ ଓ ଚତୁର କ୍ରିକେଟର୍ ଥିଲେ। ମୋ ଦକ୍ଷତାରେ ଆତ୍ମବିଶ୍ୱାସ ଭରିଥିଲେ।
ସଞ୍ଜୟ ମଞ୍ଜରେକର: ଭାରତୀୟ କ୍ରିକେଟ୍କୁ ତାଙ୍କ ଅବଦାନ ଅତୁଳନୀୟ। ସମସାମୟିକ ତାଙ୍କୁ ପୂଜା କରନ୍ତି। ସେ ଜଣେ ବିରଳ କ୍ରିକେଟର୍।
ମହମ୍ମଦ ଆଝାରୁଦ୍ଦିନ୍: ସେ ପ୍ରତିଷ୍ଠିତ କ୍ରିକେଟର, ମୋ ପାଇଁ ପିତା ସମାନ ଥିଲେ।
ହର୍ଷ ଭୋଗ୍ଲେ: ଅଜିତ ଓ୍ଵାଦେକରଙ୍କ ସହ ଅନେକ ସ୍ମୃତି ରହିଛି। ଇଂଲଣ୍ଡ ଓ େଓ୍ଵଷ୍ଟଇଣ୍ଡିଜ୍ରେ ୧୯୭୧ ମସିହାର ଶୃଙ୍ଖଳା ବିଜୟ ସବୁଠାରୁ ଶକ୍ତିଶାଳୀ।
ଆଲାନ୍ ଓ୍ଵିଲ୍କିନ୍ସ: କ୍ରିକେଟ୍ ଖେଳିଥିବା ସବୁଠୁ ଭଦ୍ରଲୋକ।
ବିଶେନ୍ ସିଂହ ବେଦୀ: ଉତ୍କୃଷ୍ଠ ବ୍ୟାଟସମ୍ୟାନ୍ ଏବଂ ଚମତ୍କାର ପାଖ କ୍ୟାଚ୍ ଧରାଳି ଥିଲେ।
ବୀରେନ୍ଦ୍ର ସେହବାଗ: ବିରଳ କ୍ରିକେଟର୍, କ୍ୟାପ୍ଟେନ୍, କୋଚ୍, ମ୍ୟାନେଜର ଓ ସିଲେକ୍ଟର। ଅସଲରେ ଜଣେ ମହାନ।
ହେମାଙ୍ଗ ବଦାନୀ: କ୍ରିକେଟର୍ ଉତ୍ତରପୁରୁଷ ତାଙ୍କୁ ଅନୁସରଣ ଜାରି ରଖିବେ।
ବୋମନ ଇରାନୀ: ୧୯୭୧ ବିଜୟ ବିଶ୍ୱକପ୍ଠାରୁ କମ୍ ନ ଥିଲା।
ଦିଲୀପ ଡି’ସୁଜା: ଭାରତୀୟ କ୍ରିକେଟ୍କୁ ବିଶ୍ୱାସ ଦେଇଥିଲେ।
ରାମଚନ୍ଦ୍ର ଗୁହା: ପ୍ରସନ୍ନା ଓ ଚନ୍ଦ୍ରଶେଖରଙ୍କ ବିପକ୍ଷରେ ତାଙ୍କ ଭଳି ଅନ୍ୟ କେହି ପ୍ରାଧାନ୍ୟ ବିସ୍ତାର କରିପାରିନଥିଲେ।
ସଲିଳ ତ୍ରିପାଠୀ: ଗାଭାସ୍କରଙ୍କୁ ଯେଭଳି ଗଢ଼ାଯିବା କଥା ଗଢ଼ିଥିଲେ। ଭାରତୀୟ ସ୍ପିନ୍କୁ ପୁନଃରୁଦ୍ଧାର କରିଥିଲେ। ପ୍ରଶିକ୍ଷକ ଓ ପ୍ରବଂଧକ ଭାବେ ବି ଭାରତକୁ କିଭଳି ଜିତାଯାଏ ଶିଖାଇଥିଲେ।
ରାଷ୍ଟ୍ରପତି ଭବନ: ସବୁଠୁ ଉତ୍କଷ୍ଟ ବାମହାତୀ ବ୍ୟାଟ୍ସମ୍ୟାନ୍ ଥିଲେ। ତାଙ୍କ ପରିବାରକୁ ସମବେଦନା।
ପ୍ରଧାନମନ୍ତ୍ରୀ: ଭାରତୀୟ କ୍ରିକେଟ୍କୁ ପ୍ରଚୁର ଅବଦାନ ଦେଇଥିଲେ। ଚିର ସ୍ମରଣୀୟ ରହିବେ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର