ବିସିସିଆଇର ଅଡୁଆ ବଢ଼ାଉଛନ୍ତି ଟିମ୍ ଇଣ୍ଡିଆ ସହ ବିଦେଶ ଯାଉଥିବା ଖେଳାଳୀଙ୍କ ପରିବାର ସଦସ୍ୟ!

ନୂଆଦିଲ୍ଲୀ : ବିସିସିଆଇର ଅଡୁଆ ବଢ଼ାଉଛନ୍ତି ଟିମ୍ ଇଣ୍ଡିଆ ସହ ବିଦେଶ ଯାଉଥିବା ଖେଳାଳୀଙ୍କ ପରିବାର ସଦସ୍ୟ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଲମ୍ବା ବିଦେଶ ଗସ୍ତ ବେଳେ ଖେଳାଳୀଙ୍କ ପତ୍ନୀ, ପ୍ରେମିକା କିମ୍ବା ଅନ୍ୟ ପରିବାର ସଦସ୍ୟ ଦୁଇ ସପ୍ତାହ ରହିବାର ଅନୁମତି ରହିଛି, କିନ୍ତୁ ସେମାନଙ୍କୁ ସମ୍ଭାଳିବା ବିସିସିଆଇ ପାଇଁ ମୁସ୍କିଲ୍ ହୋଇ ପଡୁଛି । ଏଥିପାଇଁ ଅଷ୍ଟ୍ରେଲିଆ ଗସ୍ତବେଳେ ବିସିସିଆଇକୁ ହଇରାଣ ହେବାକୁ ପଡ଼ିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ଅଷ୍ଟ୍ରେଲିଆ ଗସ୍ତ ସମୟରେ ବିସିସିଆଇ ଖେଳାଳୀ ଓ ସେମାନଙ୍କ ପରିବାର ସଦସ୍ୟ ତଥା କର୍ମଚାରୀଙ୍କୁ ନେବା ଆଣିବା ପାଇଁ ୨ଟି ବସର ବ୍ୟବସ୍ଥା କରିଥିଲା । କିନ୍ତୁ ସଦସ୍ୟଙ୍କ ସଂଖ୍ୟା ଅନାବଶ୍ୟକ ଭାବେ ବଢ଼ିବାରୁ ଅସୁବିଧା ଦେଖାଦେଇଥିଲା। ସୂଚନା ଅନୁଯାୟୀ କ୍ୟାପଟେନ୍ କୋହଲିଙ୍କ ଅନୁରୋଧ ପରେ ବିସିସିଆଇ ଖେଳାଳୀଙ୍କ ପତ୍ନୀଙ୍କୁ ଗସ୍ତର ୧ମ ୧୦ଦିନ ପର୍ଯ୍ୟନ୍ତ ସେମାନଙ୍କ ସହ ରହିବାକୁ ଅନୁମତି ଦେଇଥିଲା । ଏବେ ତାହା ହିଁ ବିସିସିଆଇର ଅଡୁଆ ବଢ଼ାଇଛି ।

ସମ୍ବନ୍ଧିତ ଖବର