ଖୁବ୍‌ଶୀଘ୍ର ବିଜେପିରେ ଯୋଗଦେବାକୁ ଯାଉଛନ୍ତି ସେନାର ସହିଦ ଯବାନ ଆଉରଙ୍ଗଜେବଙ୍କ ପିତା ମହମ୍ମଦ ହାନିଫ !

ନୂଆଦିଲ୍ଲୀ : ବିଜେପିରେ ସାମିଲ ହେବେ ସେନାର ସହିଦ ଯବାନ ଆଉରଙ୍ଗଜେବଙ୍କ ପିତା ମହମ୍ମଦ ହନିଫ। ମହମ୍ମଦ ହନିଫ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଜମ୍ମୁକାଶ୍ମୀରର ସାମ୍ବା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ରାଲିରେ ଆଉରଙ୍ଗଜେବଙ୍କ ପିତା ସାମିଲ ହୋଇଥିବା ବେଳେ ବିଜେପିରେ ସାମିଲ ହେବେ ବୋଲି ସୂଚନାରୁ ଜଣାପଡିଛି ।

ଗତ କିଛି ମାସ ତଳେ ସେନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆଉରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ । ପରେ ଆଉରଙ୍ଗଜେବଙ୍କୁ ହତ୍ୟା କରାଯାଇଥିଲା । ଯାହାକୁ ନେଇ ପୁରା କାଶ୍ମୀରରେ ଶୋକର ଛାୟା ଖେଳିଯାଇଥିଲା । ଆଉରଙ୍ଗଜେବଙ୍କ ପିତା ମହମ୍ମଦ ହାନିଫ ମଧ୍ୟ ସେନାରେ ଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗରିବମାନଙ୍କ ପାଇଁ କରାଯାଇଥିବା ସମସ୍ତ ସୁବିଧା ସୁଯୋଗକୁ ଦେଖି ମହମ୍ମଦ ବେଶ ପ୍ରଭାବିତ ହୋଇଛନ୍ତି । ମହମ୍ମଦଙ୍କ କହିବା ଅନୁସାରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ମିଶି ଦେଶରୁ ଆତଙ୍କବାଦୀଙ୍କୁ ହଟାଇବାକୁ ଚାହୁଁଛନ୍ତି ତେଣୁ ସେ ବିଜେପିରେ ସାମିଲ ହୋଇଛନ୍ତି । ତେବେ ମହମ୍ମଦ ଫେବ୍ରୁଆରି ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର