ୟୁନିଲାଇଟ୍‌ କପ୍‌ ସେମିରେ ୟୁନିଟ୍‌-୧

ସମ୍ବର୍ଧିତ ହେଲେ ଫୁଟ୍‌ବଲ୍‌ ଗୁରୁ ସୁକାନ୍ତ ଦତ୍ତରାୟ

ଭୁବନେଶ୍ୱର: ୟୁନିଟ୍‌-୧ ଉଚ୍ଚ ବିଦ୍ୟାଳୟ ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଚତୁର୍ଥ ତଥା ଶେଷ ଦଳ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଚାଲିଥିବା ଏହି ପ୍ରତିଯୋଗିତାରେ ବୁଧବାର ଶେଷ କ୍ୱାର୍ଟର୍‌ ଫାଇନାଲ୍‌୍‌ରେ ୟୁନିଟ୍‌-୧ ଦଳ ୩-୦ ଗୋଲ୍‌ରେ ଡିଏଭି ପୋଖରୀପୁଟକୁ ପରାସ୍ତ କରଥିଲା। କରନ୍‌ ହେମ୍ବ୍ରମ୍‌, ସୁନ୍ଦର ମୋହନ କିସ୍କୋ ଏବଂ ମଳୟ ମାଝୀ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ସୁନ୍ଦର ମୋହନ କିସ୍କୋଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ପ୍ରଶିକ୍ଷକ ସୁକାନ୍ତ ଦତ୍ତରାୟଙ୍କୁ ମୁଖ୍ୟ ଅତିଥି ସମ୍ବର୍ଧିତ କରିଥିଲେ। ପୁନେନ୍ଦୁ ପ୍ରତାପ ସ୍ୱାଇଁ, ଲଲାଟେନ୍ଦୁ ପ୍ରଧାନ, କ୍ଷୀରୋଧ ପରିଜା, ମାନସ ସାମଲ, ବିଭୁ ସେନାପତି, ପ୍ରସନ୍ନ ଦାସ, ବୀରେନ୍ଦ୍ର ସିଂହ, ବିଳାଶ ବେହେରା, ପ୍ରଦୀପ କୁମାର ବଳିୟାରସିଂହ, କୃଷ୍ଣ ବେହେରା, ଅଶୋକ ରାଉତରାୟ, ଗୋପାଳ ଦାସ, ନିରୋଜ ସ୍ୱାଇଁ ବିରଞ୍ଚି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ପ୍ରଥମ ସେମିଫାଇନାଲ୍‌ରେ ମଦର୍ସ ପବ୍ଲିକ୍‌ ସ୍କୁଲ ଓ ସୈନିକ ସ୍କୁଲ୍‌ ମୁହାଁମୁହିଁ ହେବେ। ମଙ୍ଗଳବାର ତୃତୀୟ କ୍ୱାର୍ଟର୍‌ ଫାଇନାଲ୍‌୍‌ରେ ମଦର୍ସ ପବ୍ଲିକ ସ୍କୁଲ ୧-୦ ଗୋଲ୍‌ରେ ୟୁନିଟ୍‌-୬ ଉଚ୍ଚ ବିଦ୍ୟାଳୟକୁ ପରାସ୍ତ କରିଛି। ପ୍ରଥମାର୍ଧର ଚତୁର୍ଥ ମିନିଟ୍‌ରେ ନୀରଜ ସାହୁଙ୍କ ଗୋଲ୍‌ରେ ମଦର୍ସ ପବ୍ଲିକ୍‌ ସ୍କୁଲ ଆଗୁଆ ହୋଇ ଯାଇଥିଲା। ଦ୍ୱିତୀୟାର୍ଧରେ ୟୁନିଟ୍‌-୬କୁ ଏକ ସୁଯୋଗ ମିଳିଥିଲା, ହେଲେ ଏହି ଦଳ ଗୋଲ୍‌ ଦେବାରେ ବିଫଳ ହୋଇ ପରାଜୟ ବରଣ କରିଥିଲା। ମଦର୍ସ ପବ୍ଲିକ୍‌ ସ୍କୁଲ୍‌ର ସାର୍ଥକ ଷଡ଼ଙ୍ଗୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର