ଓଡିଏମ୍‌ରେ ‘ଗୁରୁ ସମ୍ବର୍ଧନା’ ଉତ୍ସବ

ଭୁବନେଶ୍ୱର: ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ ସ୍କୁଲରେ ଗୁରୁଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ପି କେ ଦାସ, ସମ୍ମାନିତ ଅତିଥି ଭାବେ ଜ୍ୟୋତ୍ସ୍ନା ମହାପାତ୍ର, ଏ ଟି ମିଶ୍ର, ଏ କେ ଖଟୁଆ, ଜେ ଜେ ମହାନ୍ତି, ଏ ସି ସାହୁ ଓ ବିଜୟ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଗୁରୁପୂଜା ଓ ଗୁରୁବନ୍ଦନା କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଓ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟଙ୍କ ଉପସ୍ଥିତରେ ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ବିଦ୍ୟାଳୟ ମୁଖ୍ୟ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷା ଝିନୁକ୍‌ ଦତ୍ତାରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର