ୟୁନିଲାଇଟ୍‌ କପ୍‌ ସେମିରେ ସୈନିକ ସ୍କୁଲ୍‌

ଭୁବନେଶ୍ୱର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରଥମ ଦଳ ଭାବେ ସୈନିକ ସ୍କୁଲ୍‌ ପହଞ୍ଚିଛି। ରବିବାର ପ୍ରଥମ କ୍ୱାର୍ଟର୍‌ ଫାଇନାଲ୍‌ ମ୍ୟାଚ୍‌ରେ ସୈନିକ ସ୍କୁଲ୍‌ ୨-୦ ଗୋଲ୍‌ରେ କଳିଙ୍ଗ ବିଦ୍ୟାପୀଠ (ସାମପୁର)କୁ ପରାସ୍ତ କରିଦେଇଛି। ପ୍ରଥମାର୍ଥ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ଶିବ ଶଙ୍କର ହେମ୍ବ୍ରମ୍‌ (୫୧ ଓ ୫୪ ମିନିଟ୍‌) ଦୁଇଟିଯାକ ଗୋଲ୍‌ କରିଥିଲେ। ପଞ୍ଚାୟତିରାଜ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ ଶିବ ନାରାୟଣ ବାରିକ ଅତିଥି ଭାବେ ଯୋଗଦେଇ ବିଜୟୀ ସୈନିକ ସ୍କୁଲ୍‌ ଦଳର ଶିବ ଶଙ୍କରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର