‘ରନ୍‌ ମେସିନ୍‌’ଙ୍କୁ ୩୦ ହେଲା: ଏମିତି ଶୈଳୀରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଷ୍କା

ନୂଆଦିଲ୍ଲୀ: ଭାରତର ‘ରନ୍‌ ମେସିନ୍‌’ ବିରାଟ କୋହଲି ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। କୋହଲିଙ୍କ ସାଥୀ କ୍ରିକେଟର୍‌, ଫ୍ୟାନ, ଦେଶର ଆଗଧାଡ଼ିର ରାଜନେତା ଏବଂ ସେଲିବ୍ରିଟିମାନେ ତାଙ୍କୁ ୩୦ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛି।

ତେବେ କୋହଲିଙ୍କ ପ୍ରିୟତମା ପତ୍ନୀ ସିନେତାରକା ଅନୁଷ୍କା ଶର୍ମା ସୋସିଆଲ ମିଡିିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ବିରାଟଙ୍କ ସହ ତାଙ୍କର ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି ‘ଥ୍ୟାଙ୍କ୍‌ ଗଡ ଫର୍‌ ହିଜ୍‌ ବାର୍ଥ’ ଅର୍ଥାତ୍‌ ତାଙ୍କର ଜନ୍ମ ଲାଗି ଧନ୍ୟବାଦ ଭଗବାନ୍‌। ଏଥିସହ ଏକ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି।

 

View this post on Instagram

 

Thank God for his birth ??❤️✨

A post shared by AnushkaSharma1588 (@anushkasharma) on

ଡିସେମ୍ବର ୨୦୦୬ରେ ମାତ୍ର ୧୮ ବର୍ଷ ବୟସରେ ବିରାଟ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ। ତା’ପରଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ନିକଟରେ ସେ ସଚିନ୍‌ ତେନ୍ଦୁଲକରଙ୍କ ଦ୍ରୁତତମ ୧୦ ହଜାର ରନ୍‌ର ରେକର୍ଡକୁ ଭାଙ୍ଗି ନିଜ ନାମରେ କରିଛନ୍ତି। ଏଥିସହ ଚଳିତ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ସେ ପ୍ରଥମ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବେ କ୍ରମାଗତ ଭାବେ ୩ଟି ଏକଦିବସୀୟ ମ୍ୟାଚ୍‌ରେ ଶତକ କରିଛନ୍ତି।

ମହେନ୍ଦ୍ର ସିଂ ଧୋନିଙ୍କ ହାତରୁ ଭାରତୀୟ କ୍ରିକେଟ ଦଳର ମଙ୍ଗ ଧରିବା ପରେ ସେ ସଫଳତା ପରେ ସଫଳତା ସାଉଁଟି ଚାଲିଛନ୍ତି। ଅନ୍ତର୍ଜାତୀୟ କ୍ଷେତ୍ରରେ ଭାରତକୁ ବହୁ ଗୌରବ ଆଣିଛନ୍ତି କୋହଲି।

ସମ୍ବନ୍ଧିତ ଖବର