କୋହଲି ସୁପରଷ୍ଟାର, ଟେଷ୍ଟ କ୍ରିକେଟ୍‌କୁ ଜୀବିତ ରଖିବାରେ ଭୂମିକା ନେଇ ପାରିବେ: ଗ୍ରେମ୍‌ ସ୍ମିଥ

କୋଲକାତା: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ହେଉଛନ୍ତି ଜଣେ ସୁପରଷ୍ଟାର ଖେଳାଳି। ଦିନିକିଆ କ୍ରିକେଟରେ ବିଶ୍ୱର ୧ ନମ୍ବର ଖେଳାଳି ଟେଷ୍ଟ କ୍ରିକେଟ୍‌କୁ ମଧ୍ୟ ଜୀବୀତ ରଖିବା ପାଇଁ ଅଗ୍ରଣୀ ଭୂମିକା ନିଭାଇବାର କ୍ଷମତା ରଖିଛନ୍ତି ବୋଲି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ୍‌ ସ୍ମିଥ କହିଛନ୍ତି। କିଛି ଦିନ ତଳେ କୋହଲି ଦିନିକିଆ କ୍ରିକେଟ୍‌ରେ ୧୦,୦୦୦ ରନ୍‌ ପୂରଣ କରିଛନ୍ତି। ଜଗମୋହନ ଡାଲମିଆ କନ୍‌କ୍ଲେଭ୍‌ରେ ଯୋଗଦେଇ ସ୍ମିଥ ଶୁକ୍ରବାର କହିଛନ୍ତି, ବିଶ୍ୱ କ୍ରିକେଟ୍‌ରେ କମ୍‌ ଖେଳାଳି ଅଛନ୍ତି। ମୋ ମତରେ ଜଣେ ବା ଦୁଇ ଜଣ ଖେଳାଳି ଇଂଲଣ୍ଡରେ ଥାଇ ପାରନ୍ତି। ମୁଁ ଭାବୁଛି ମହାନ ଖେଳାଳିଙ୍କ ମଧ୍ୟରୁ ବିରାଟ କୋହଲି ହେଉଛନ୍ତି ଜଣେ।

ପୂର୍ବତନ ମହାନ୍‌ ଖେଳାଳି ସ୍ମିଥ କହିଛନ୍ତି, ବିରାଟ ଏହି ଦେଶରେ ଟେଷ୍ଟ କ୍ରିକେଟ୍‌କୁ ପ୍ରାସଙ୍ଗିକ କରିଛନ୍ତି, ଯେଉଁ ଦେଶରେ ପ୍ରଶଂସକ ଆଇପିଏଲ୍‌ ଏବଂ ଟି-୨୦କୁ ପସନ୍ଦ କରିଥାନ୍ତି। ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ପ୍ରମୋଟ କରୁଛନ୍ତି।

ସମ୍ବନ୍ଧିତ ଖବର