ରୋହିତଙ୍କ ସହ ବିବାଦକୁ କୋହଲିଙ୍କ ଖଣ୍ଡନ, କହିଲେ- ଏହା ମନ ଗଢ଼ା କାହାଣୀ, ଆମେ ସାଥୀରେ ଅଛୁ ବୋଲି ସଫଳ
ମୁମ୍ବାଇ: ଭାରତୀୟ ଟିମ୍ର ଅଧିନାୟକ ବିରାଟ କୋହଲି ଉପଅଧିନାୟକ ରୋହିତ ଶର୍ମାଙ୍କ ସହ ବିବାଦ ଖବରକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏଭଳି ଖବର ମୋତେ ବି ବାହାରୁ ଶୁଣିବାକୁ ମିଳୁଛି। ଆମେ ପାଖାପାଖି ୧୦ ବର୍ଷ ହେବ ସାଥୀ ହୋଇ ଖେଳୁଛୁ ଏବଂ ବାହାରେ ଯେଉଁ ଚର୍ଚ୍ଚା ହେଉଛି, ଆମ ଭିତରେ ସେମିତି କିଛି ବିବାଦ ଦେଖାଯାଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଏହାକୁ ଖଣ୍ଡନ କରିଛନ୍ତି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବିଶ୍ୱକପ-୨୦୧୯ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ପରାସ୍ତ ହେବା ପରେ ବିଭିନ୍ନ ଆଲୋଚନା ହେଉଥିଲା। ମୁଖ୍ୟତଃ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା ବୋଲି ଆଲୋଚନା ହେଉଥିଲା।
It is baffling to read (reports of an alleged rift). We are feeding off lies, overlooking facts & turning a blind eye to all the good things that have happened. It is disrespectful: @imVkohli pic.twitter.com/gl9oPm8veE
— BCCI (@BCCI) July 29, 2019
ଚାପଗ୍ରସ୍ତ ନେଇ କିଛି ପ୍ରଶ୍ନ ପଚରାଯିବାରୁ ଅଧିନାୟକ ବିରାଟ କୋହଲି କହିଛନ୍ତି, ମୁଁ ମଧ୍ୟ କିଛି ଶୁଣିଛି। ଦେଖନ୍ତୁ, ଟିମ୍ ମଧ୍ୟରେ ଯଦି ସମନ୍ଵୟ ନଥାଆନ୍ତା, ତା’ହେଲେ ଆମେ ଆଜିର ସ୍ଥିତିରେ ନଥାଆନ୍ତୁ। ଆମେ ସମସ୍ତେ ସାଥୀରେ ଅଛୁ। ବିଶ୍ୱ କ୍ରିକେଟର ଶୀର୍ଷ ସ୍ଥାନରେ ପହଂଚିବା ଲାଗି ସବୁଠାରୁ ନିଜ ନିଜ ଭିତରେ ଉତ୍ତମ ବୁଝାମଣାର ଆବଶ୍ୟକତା ରହିଛି। ଏହା ବ୍ୟତୀତ କିଛି ହୋଇପାରିବ ନାହିଁ। କୋହଲି କହିଛନ୍ତି, ଏହି ଖବର ହାସ୍ୟସ୍ପଦ।