ପ୍ରଥମ ଟି-୨୦ ପୂର୍ବରୁ ବିରାଟ କୋହଲି କହିଲେ ଟିମ୍‌ ଇଣ୍ଡିଆର ବିଜୟ ଫର୍ମୁଲା

ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଧର୍ମଶାଳାରେ ଭାରତର ହେବ ମୁକାବିଲା

ଧର୍ମଶାଳା: ୱେଷ୍ଟଇଣ୍ଡିଜ ଗସ୍ତର ସଫଳତା ପରେ ଟିମ୍‌ ଇଣ୍ଡିଆ ରବିବାର ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ପଡିଆରେ ଟି-୨୦ ଶୃଙ୍ଖଳାର ଅଭିଯାନ ଆରମ୍ଭ କରିବ। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମ୍‌ରେ ରବିବାର ସନ୍ଧ୍ୟା ୭ଟାରେ ଖେଳାଯିବ। ଅଧିନାୟକ ବିରାଟ କୋହଲି ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଶନିବାର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଟିମ୍‌ ଇଣ୍ଡିଆ ନିଜ ଯୋଜନା ଅନୁସାରେ ପଡ଼ିଆରେ ରଣନୀତି ପ୍ରସ୍ତୁତ କରୁଛି।

କୋହଲି ନିଜ ଟିମ୍‌ ବାବଦରେ କହିଛନ୍ତି, ଆମକୁ ଆମର ରଣନୀତି ନେଇ ଖେଳିବାକୁ ପଡିବ। ଯେଭଳି ଭାବେ ଆମେ ବିଦେଶୀ ଶୃଙ୍ଖଳା ପାଇଁ ପ୍ରସ୍ତୁତି କରିଥିଲୁ, ସେହିଭଳି ଏବେ ଆମେ ଯୋଜନା ଅନୁସାରେ ଖେଳିବୁ। ବିଗତ ୨ରୁ ୩ ବର୍ଷ ମଧ୍ୟରେ ଆମେ ବିଶ୍ୱର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ ହୋଇପାରିଛୁ। ଏହି କାରଣରୁ ଆମେ ମ୍ୟାଚ ଜିତିବାକୁ ଚାହିଁବୁ।

ବିରାଟ କୋହଲି ୱେଷ୍ଟଇଣ୍ଡିଜ ଟେଷ୍ଟ ଶୃଙ୍ଖଳାରେ ଶେଷ ମୁକାବିଲା ଜିତି ବିଦେଶରେ ଟିମ୍‌ ଇଣ୍ଡିଆରର ସବୁଠାରୁ ସଫଳ ଅଧିନାୟକ ଭାବେ ଅଭିଜ୍ଞତା ହାସଲ କରିଛନ୍ତି। କାରଣ ସେ ବିଦେଶ ମାଟିରେ ସର୍ବାଧିକ ୨୮ଟି ଟେଷ୍ଟ ମ୍ୟାଚ ଜିତିଛନ୍ତି। ଏହି ମାମଲାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୭ଟି ମ୍ୟାଚ୍‌ ଜିତିଥିଲେ।

ଟିମ୍‌ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାଓ୍ଵନ, ଶ୍ରେୟସ ଆୟାର, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ଋଷଭ ପନ୍ତ (ଓ୍ଵିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, କ୍ରୁଣାଳ ପାଣ୍ଡ୍ୟା, ଓ୍ଵାସିଂଟନ ସୁନ୍ଦର, ରାହୁଲ ଚାହର, ଦିପକ ଚାହର, ନଭଦୀପ ସଇନି ଓ ଖଲିଲ ଅହମଦ

ସମ୍ବନ୍ଧିତ ଖବର