ପ୍ରସନ୍ନ ମିଶ୍ର ସ୍ମାରକୀ ଭଲିବଲ୍‌: ବୈତରଣୀ ବିଜେତା

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ ଭଲିବଲ୍‌ ସଂଘ ଏବଂ ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଆୟୋଜିତ ପଞ୍ଚମ ପ୍ରସନ୍ନ ମିଶ୍ର ସ୍ମାରକୀ ସଚିବାଳୟ ଭଲିବଲ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ରେ ବୁଢ଼ାବଳଙ୍ଗକୁ ୩-୦ରେ ପରାସ୍ତ କରି ବୈତରଣୀ ବିଜେତା ହୋଇଛି। ବିଜେତା ଦଳର ରଞ୍ଜନ ମେହେର ଫାଇନାଲ୍‌ର ଶ୍ରେଷ୍ଠ ଏବଂ ପ୍ରଶାନ୍ତ ପୃଷ୍ଟି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ଚିତ୍ତରଞ୍ଜନ ଶ୍ରେଷ୍ଠ ଆଟାକର୍‌, ମନୋରଞ୍ଜନ ପୁହାଣ ଶ୍ରେଷ୍ଠ ଡିଫେଣ୍ଡର୍‌, ପ୍ରଭାତ ପାତ୍ର ଶ୍ରେଷ୍ଠ ସେଟର୍‌ ବିବେଚିତ ହୋଇଥିଲେ। ଫାଇନାଲ୍‌ ମ୍ୟାଚ୍‌କୁ ପ୍ରଭାତ କୁମାର ପାତ୍ର, ରାଧାଶ୍ୟାମ ମିଶ୍ର ଏବଂ ତ୍ରିଲୋଚନ ଦାସ ପରିଚାଳନା କରିଥିଲେ। ସଚିବାଳୟ ଏସିପି ସୁଜିତ ଦଳେଇ ଓ ଜାତୀୟ ସ୍ତରର ବରିଷ୍ଠ ଭଲିବଲ୍‌ ଖେଳାଳି ବୈଦ୍ୟନାଥ ଦାଶ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଚିବାଳୟ କର୍ମଚାରୀ କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ହରପ୍ରସାଦ ବିଶ୍ୱାଳ ଏବଂ କେଏନ୍‌ ମଲ୍‌ଟି ପ୍ରୋଜେକ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକ ନିରଞ୍ଜନ ସ୍ୱାଇଁ, ମହାଲକ୍ଷ୍ମୀ ଟେକ୍ସଟାଇଲ୍‌ସ ନିର୍ଦେଶକ ଜିତେନ୍ଦ୍ର ସାମଲ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର