କ୍ରିକେଟ୍‌ ପଡ଼ିଆକୁ ଫେରିଲେ ଓ୍ଵାର୍ନର

ମେଲବର୍ନ: ବଲ୍‌ ବିକୃତି ବିବାଦରେ ଫସି ନିଲମ୍ବିତ ହୋଇଥିବା ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ନର ସ୍ୱଦେଶ ମାଟିରେ କ୍ରିକେଟ୍‌ ଖେଳିବା ଆରମ୍ଭ କରିଛନ୍ତି। ଡାରଓ୍ଵିନ୍‌ରେ ନର୍ଦର୍ନ ଟେରିଟୋରି ଷ୍ଟ୍ରାଇକ୍‌ ଲିଗ୍‌ର ଏକ ମ୍ୟାଚ୍‌ରେ ଓ୍ଵାର୍ନର ୩୨ ବଲ୍‌ରୁ ୩୬ ରନ୍‌ କରିଥିଲେ। କିନ୍ତୁ ୨୦୧୯ ମସିହାରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ପାଇଁ ଦଳକୁ ଫେରିବା ଉପରେ ସେ ଏକାଗ୍ର ବୋଲି କହିଛନ୍ତି। ଅଷ୍ଟ୍ରେଲିଆର ପ୍ରତିଟି ମ୍ୟାଚ୍‌ରେ ଖେଳୁଥିଲି। ଏବେ ବିଶ୍ରାମ ମିଳିଥିବାରୁ ଏହା ପରୋକ୍ଷରେ ଭଲ ସାବ୍ୟସ୍ତ ହୋଇଛି। ୨୦୧୯ ମସିହା ବିଶ୍ୱକପ୍‌ ପାଇଁ ଦଳକୁ ଫେରିବା ମୋ ଲକ୍ଷ୍ୟ ବୋଲି ଓ୍ଵାର୍ନର କହିଛନ୍ତି। ୧୨ ମାସ ଭିତରେ ଫର୍ମ ଚାଲିଯିବା ସମ୍ଭବ ନୁହେଁ। ୨୦୧୯ ମସିହାର ଆଇପିଏଲ୍‌ ଏବଂ ବିଶ୍ୱକପ୍‌ ପୂର୍ବରୁ ଖେଳାଯିବାକୁ ଥିବା ଅଭ୍ୟାସ ମ୍ୟାଚ୍‌ ନିଶ୍ଚିତ ଭାବେ ମୋ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଯଥେଷ୍ଟ ହେବ। ଏବେ ବି ଟାଙ୍କିରେ ବହୁ ଇନ୍ଧନ ଅଛି ଏବଂ ମୁଁ ଉତ୍ସାହିତ ବୋଲି କହିଥିଲେ ଓ୍ଵାର୍ନର। ପରବର୍ତୀ ୮ ମାସ ଭିତରେ ମୁଁ କିଭଳି ଭଲ ମଣିଷ ଏବଂ ଭଲ କ୍ରିକେଟର୍‌ ହୋଇପାରିବି ନିଜକୁ ଦେଖିବି। ସେହିଭଳି ଆସନ୍ତା ମାସର ସିପିଏଲ୍‌ (କାରବୀୟ କ୍ରିକେଟ ଲିଗ୍‌)ରେ ମଧ୍ୟ ସେଣ୍ଟି ଲ୍ୟୁସିଆ ପକ୍ଷରୁ ଖେଳି ନିକୁ ଫିଟ୍‌ ରଖିବି ବୋଲି ଓ୍ଵାର୍ନର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର