ବିଶ୍ୱକପ: ପାଣିରେ ପଡିଲା ପୁରଣଙ୍କ ଶତକ, େଓ୍ଵଷ୍ଟଇଣ୍ଡିଜକୁ ୨୩ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା

ଚେଷ୍ଟର ଲି-ଷ୍ଟ୍ରିଟ: ବିଶ୍ୱକପର ୩୯ତମ ମ୍ୟାଚରେ େଓ୍ଵଷ୍ଟଇଣ୍ଡିଜକୁ ୨୩ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା । ଦ୍ୱିତୀୟ ପାଳିରେ ୩୩୯ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି େଓ୍ଵଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୩୧୫ ରନ୍‌ କରିଛି । ଶ୍ରୀଲଙ୍କ ପକ୍ଷରୁ ଲସିଥ ମାଲିଙ୍ଗା ୩ ଓ୍ଵିକେଟ ନେଇଥିବା ବେଳେ କସୁନ ରାଜନାଥ, ଜାଫେରି ଓ ଆଞ୍ଜେଲୋ ମ୍ୟାଥୁସ ୧-୧ ଓ୍ଵିକେଟ ନେଇଛନ୍ତି । େଓ୍ଵଷ୍ଟଇଣ୍ଡିସ ପକ୍ଷରୁ ନିଚୋଲାସ ପୁରନ ୧୧୮ ରନ୍‌ କରିଥିଲେ ମଧ୍ୟ ମ୍ୟାଚକୁ ଜିତାଇ ପାରିନଥିଲେ । ଚଳିତ ବିଶ୍ୱକପରେ ଶ୍ରୀଲଙ୍କାର ଏହା ତୃତୀୟ ବିଜୟ ଅଟେ ।

ସମ୍ବନ୍ଧିତ ଖବର