ବିଶ୍ବ କନିଷ୍ଠ କୁସ୍ତି: ଭାରତକୁ ୩ ପଦକ

ତଲିନ୍‌ (ଇସ୍ତୋନିଆ): ବିଶ୍ବ କନିଷ୍ଠ କୁସ୍ତି ପ୍ରତିଯୋଗିତାରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଆଶାର ବିପରୀତ ଭାବେ ଭାରତ ଏଡି ପ୍ରତିଯୋଗିତାରୁ ମାତ୍ର ୩ ପଦକ ଧରି ଫେରିଛି। ରବିବାର ଗ୍ରିକୋ ରୋମା‌ନ୍‌ ଲଢ଼େଇର ରିପିଚେଜ୍‌ ରାଉଣ୍ଡ୍‌ରେ ସଚିନ୍ ରାଣାଙ୍କ ପରାଜୟ ନିରାଶ କରିଛି। ଗ୍ରିଗୋରିଆ କୁସ୍ତିଯୋଦ୍ଧା ଡିଏଗୋ ଚକ୍‌ଭଜ୍‌ ୬୦ କେଜି ରିପିଚେଜ୍‌ରେ ରାଣାଙ୍କୁ ୫-୧ରେ ପରାସ୍ତ କରିଦେଇଥିଲେ। କେବଳ ସାଜନ ଭଁୱାଲ ଗ୍ରିକୋ ରୋମାନ୍‌ରେ ହିଁ ଏକମାତ୍ର ପଦକ ଭାବେ କାଂସ୍ୟ ଜିତି ପାରିଥିଲେ। କନିଷ୍ଠ ବିଶ୍ବ ପ୍ରତିଯୋଗିତାରେ ସାଜନ୍‌ଙ୍କର ଏହା କ୍ରମାଗତ ତୃତୀୟ ପଦକ। ଶନିବାର ସେ ଏହି ପଦକ ଜିତିବା ପୂର୍ବରୁ ପୁରୁଷ ଫ୍ରିଷ୍ଟାଇଲ୍‌ରେ ଦୀପକ ୮୬ କେଜିରେ ସ୍ବର୍ଣ୍ଣ ଏବଂ ଭିକି ୯୨ କେଜିରେ କାଂସ୍ୟ ପଦକ ହାସଲ କରିଥିଲେ। ତେବେ ତିନି ବର୍ଷ ଭିତରେ ପ୍ରଥମ ଥର ଲାଗି ମହିଳାମାନେ ପଦକ ଶୂନ୍ୟ ରହିଥିଲେ।

ସମ୍ବନ୍ଧିତ ଖବର