କଂଗ୍ରେସର ଜନ ଆଶୀର୍ବାଦ ଯାତ୍ରା

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ କଂଗ୍ରେସର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହୋଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଅଞ୍ଚଳରେ କଂଗ୍ରେସ ନେତା ଓ କର୍ମୀମାନେ ବୁଲି ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ପାର୍ଟି ପକ୍ଷରୁ କୁହାଯାଇଥିଲା ଯେ ସମଗ୍ର ଦେଶରେ ୨୮ଶତକଡ଼ା ଖଣିଜ ପଦାର୍ଥ ଓଡ଼ିଶାରେ ଥିବା ବେଳେ ୨୦୦୧ଠାରୁ ଖଣି ମାଫିଆମାନେ ଓଡ଼ିଶାକୁ ଲୁଟ୍ କରି ଚାଲିଛନ୍ତି। ସେହିପରି ଏକାମ୍ର କ୍ଷେତ୍ରରେ କଳା ଭାସ୍କର୍ଯ୍ୟ ପରିପୂର୍ଣ୍ଣ ରହିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ହେଉନି। ସୌନ୍ଦର୍ଯ୍ୟକରଣ ନାଁରେ ହରିଲୁଟ୍‌ ହେଉଛି। କେବଳ ଠିକାଦାର, ନେତା, କୁଜି ନେତାମାନେ ଲାଭବାନ ହେଉଛନ୍ତି। ଆସନ୍ତା ନିର୍ବାଚନରେ କଂଗ୍ରେସ ସରକାର ଗଢ଼ିଲେ ୨୦ଲକ୍ଷ ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି, କୃଷି ଋଣ ଛାଡ଼, ଭତ୍ତା ବୃଦ୍ଧି ସହିତ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ପ୍ରଦାନ କରାଯିବ ବୋଲି ପାର୍ଟିର ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯାତ୍ରାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସର୍ବଭାରତୀୟ ଛାତ୍ର କଂଗ୍ରେସର ସମ୍ପାଦକ ରାଜୀବ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ପିସିସି ଲୋକସଭା ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବଳରାମ ନନ୍ଦ, ବିଶ୍ବଜିତ ଦାଶ, ବିଭିନ୍ନ ବ୍ଲକ କଂଗ୍ରେସ ଓ ୱାର୍ଡ କଂଗ୍ରେସ ସଭାପତିଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର