ଜାଲ ଟିଡିଆର୍‌ ପ୍ରସଂଗ: ଆଉ ଏକ ମାମଲାରେ ଠିକାଦାର ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କୁ ଜାମିନ

କଟକ : ଜାଲ ଟର୍ମ ଡିପୋଜିଟ ରିସିପ୍ଟ(ଟିଡିଆର) ପ୍ରସ୍ତୁତ କରି ସରକାରଙ୍କ କୋଟିକୋଟି ଟଙ୍କା କ୍ଷତି କରିଥିବା ଅଭିଯୋଗରେ ଗିରଫ ହୋଇଥିବା ସୁପର କ୍ଲାସ ଠିକାଦାର ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲାଙ୍କୁ ଆଉ ଏକ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ତାଙ୍କୁ ଜାମିନରେ ଛାଡିବେ। ଏଥି ସହିତ ଜାମିନରେ ଛାଡ ପାଇବା ପାଇଁ ସେ ନିମ୍ନ ଅଦାଲତରେ ନଗଦ ୧୫ ଲକ୍ଷ ଟଙ୍କା ମୂଲ୍ୟର ସଂପତ୍ତି କିମ୍ବା ନଗଦ ଟଙ୍କା ଜମା କରିବେ ବୋଲି ସର୍ତ୍ତାରୋପ କରାଯାଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଅଗ୍ରଓ୍ଵାଲଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଥିବା ସମସ୍ତ ୬ଟି ମାମଲାରେ ଜାମିନ ମଳିଥିବା ବେଳେ ଏବେ ରାଜେନ୍ଦ୍ରଙ୍କ ଜେଲରୁ ମୁକୁଳିବା ପଥ ପରିଷ୍କାର ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର