ଜାନୁଆରିରେ ଆସିବେ ପଞ୍ଚଦଶ ଅର୍ଥ ଆୟୋଗ

ଭୁବନେଶ୍ବର : ଏନ୍‌. କେ. ସି˚ହଙ୍କ ଅଧୢକ୍ଷତାରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗ ଆସନ୍ତା ମାସରେ ଓଡ଼ିଶା ଆସୁଛନ୍ତି। ଆସନ୍ତା ୨୦୨୦-୨୦୨୫ ମଧୢରେ କେନ୍ଦ୍ର ଓ ରାଜ୍ୟ ମଧୢରେ ଟିକସ ରାଶିର ଆବଣ୍ଟନ ନେଇ ଆୟୋଗ ତାଙ୍କ ସୁପାରିସ ସରକାରଙ୍କୁ ପ୍ରଦାନ କରିବେ। ଏଣୁ ରିପୋର୍ଟ ପ୍ରସ୍ତୁତ ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ଓ ସ˚ସ୍ଥା, ବିଶେଷଜ୍ଞମାନଙ୍କର ମତାମତ ନେବା ସହିତ ବିଚାରବିମର୍ଶ କରୁଛନ୍ତି। ଆୟୋଗର ବିଭିନ୍ନ ପ୍ରଶ୍ନର ସାମ୍ନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ଅଧୢକ୍ଷତାରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଜଣେ ଅଧିକାରୀ କହିଛନ୍ତି, ପଞ୍ଚଦଶ ଅର୍ଥ ଆୟୋଗ ରାଜ୍ୟର ଆର୍ଥିକ ସ୍ଥିତି କ’ଣ ରହିଛି ତାହା ପରଖିବେ। ବିଶେଷ କରି ରାଜ୍ୟର ନିଅଣ୍ଟ, ଋଣ, ନଗଦ ଅର୍ଥ ସ୍ଥିତି ଓ ବିତ୍ତୀୟ ଶୃଙ୍ଖଳା ଆଦିକୁ ଅନୁଧ୍ୟାନ କରିବେ। ଏଥିପାଇଁ ରାଜ୍ୟର ଉଭୟ ଟିକସ ଓ ଅଣ ଟିକସ ରାଜସ୍ବ କେତେ ରହିବ ଏବ˚ ବ୍ୟୟ କେତେ ହେବ ତାହାର ଏକ ତ୍ବରିତ ଆକଳନ ରାଜ୍ୟ ସରକାରଙ୍କୁ ପ୍ରସ୍ତୁତ କରିବାକୁ ହେବ।

ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ। ବନ୍ୟା, ବାତ୍ୟା ଏବ˚ ମରୁଡ଼ି ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ରାଜ୍ୟକୁ ଅନେକ ସମୟରେ ବହୁ ପରିମାଣର ସମ୍ବଳ ହରାଇବାକୁ ପଡ଼ୁଛି। ରାଜ୍ୟରେ ବହୁଲୋକ ଅ˚ଶୁଘାତ, ଘଡ଼ଘଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଉଛନ୍ତି। କିନ୍ତୁ ଏଗୁଡ଼ିକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚନା କରାଯାଉନଥିବାରୁ କେନ୍ଦ୍ର ସରକାର ଏସବୁ କ୍ଷତି ବାବଦରେ ଟଙ୍କାଟେ ସାହାଯ୍ୟ କରୁନାହାନ୍ତି। ଏହି ଦୃଷ୍ଟିରୁ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟ ସରକାର କେତେ ସମ୍ବଳ ହରାଉଛନ୍ତି ତାହାର ଏକ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରସ୍ତୁତ କରିବାକୁ ହେବ। ବିପର୍ଯ୍ୟୟ ପରିଚାଳନା ପାଇଁ ସରକାରଙ୍କ ପାଣ୍ଠି ଯୋଗାଣର ବର୍ତମାନ ବ୍ୟବସ୍ଥା କ’ଣ ତାହାର ସମୀକ୍ଷା ମଧ୍ୟ ପଞ୍ଚଦଶ ଅର୍ଥ ଆୟୋଗ କରିବେ। େସହିଭଳି କେନ୍ଦ୍ର ଓ ରାଜ୍ୟ ମଧୢରେ ଟିକସ ରାଶିର ଆବଣ୍ଟନ ନୀତି କ’ଣ ରହିବ ତାହା ଉପରେ ରାଜ୍ୟ ସରକାର ଆୟୋଗ ନିକଟରେ ମତ ରଖିବେ।

ସମ୍ବନ୍ଧିତ ଖବର