ଫୁଲୁଛି ମହାନଦୀ, ଖୋଲିଲା ହୀରାକୁଦର ୧୬ଟି ଗେଟ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ୧୬ଟି ଗେଟ୍ ଦେଇ ବର୍ତ୍ତମାନ ଜଳ ନିଷ୍କାସନ ଜାରି ରହିଛି | ପ୍ରଥମେ ଜଳଭଣ୍ଡାରର ୨ଟି ଗେଟ୍ ଖୋଲିଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟକୁ ଖୋଲାଯାଇଥିଲା | ତେବେ ମୁଣ୍ଡଳୀରେ ଏହି ପାଣି ପହଁଚିବାକୁ ୩୬ ଘଣ୍ଟା ସମୟ ଲାଗିବ, ତେଣୁ ବନ୍ୟା ଆଶଙ୍କା ନାହିଁ ବୋଲି ହୀରାକୁଦ ଡ୍ୟାମ କର୍ତୃପକ୍ଷ କହିଛନ୍ତି | ତେବେ ଏହାକୁ ନେଇ ଜଳସମ୍ପଦ ସଚିବ ପ୍ରଦୀପ ଜେନା ପ୍ରେସମିଟ କରି ସୂଚନା ଦେଇଛନ୍ତି ଯେ ମହାନଦୀର ଉପରମୁଣ୍ଡରେ ବର୍ଷା ସମ୍ଭାବନା ରହିଛି ଆବଶ୍ୟକ ପଡିଲେ ଆହୁରି ଗେଟ ଖୋଲାଯିବ |

 ବର୍ଷା ଓ ଉପରମୁଣ୍ଡରେ ଜଳପ୍ରବାହକୁ ଦେଖି ଗେଟ ଖୋଲାଯାଇଥିବାର ଜଳସମ୍ପଦ ସଚିବ କହିଛନ୍ତି | ହୀରାକୁଦରୁ ୨ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାର ସଚିବ କହିଛନ୍ତି |

ଏଠାରେ ସୂଚନା ଥାଉ କି ଗୁରୁବାର ପୂର୍ବାହ୍ନ ୧୧: ୩୦ ରୁ ୧୨: ୧୦ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ସମୁଦାୟ ୮ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଥିଲା | ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ଗେଟ ସବୁ ଖୋଲାଯାଇଥିଲା |

ସମ୍ବନ୍ଧିତ ଖବର