ରାମଜଡ଼ା ଫଳ ଖାଇ ୧୮ ଛାତ୍ରଛାତ୍ରୀ ଅସୁସ୍ଥ

ବରପାଲି : ଭେଡ଼େନ ଥାନା ଅଏଁଲାପାଲି ପ୍ରାଥମିକ ସ୍କୁଲ୍‌ର ୧୮ ଜଣ ଛାତ୍ରଛାତ୍ରୀ ସୋମବାର ରାମଜଡ଼ା ଫଳ ଖାଇ ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ୟରେ ଉନ୍ନତି ଘଟୁଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ସୂଚନାନୁସାରେ ଆଜି ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ୨ ଜଣ ଛାତ୍ର ହତାରେ ଥିବା ରାମଜଡ଼ା ଗଛର ଫଳ ଛିଡ଼ାଇ ଖାଇଥିଲେ। ତେବେ ତାହା ସ୍ୱାଦିଷ୍ଟ ଲାଗୁଥିବା କହିବାରୁ ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ତାହା ଖାଇଥିଲେ। ମାତ୍ର କିଛି ସମୟ ପରେ ଜୟନ୍ତ ବାରିକ (୯), ଅନିତା ରଣବିଡ଼ା (୮), ସିଦ୍ଧେଶ୍ୱର ଭୁକ୍ତା (୧୦), ଆକାଶ ପଧାନ (୮), ତନୁଜା ରଣବିଡ଼ା (୯), ଶିବାନି ଗରଡ଼ିଆ (୮), ଅଜୁ ଚାନ୍ଦ (୧୦), ହିମାଂଶୁ ଭୁକ୍ତା (୧୦), ରାଜା ଚାନ୍ଦ (୮), ଆକାଶ ପୂଜାରୀ (୭), ପୀୟୂଷ ଭୋଇ (୮), ରାଜା ପଧାନ (୧୦), ଲିପସା ଛୁରିୟା (୭), ଆକାଶ ପଧାନ (୮), ଅର୍ଚ୍ଚନା ରଣବିଡ଼ା (୧୦), ବାଙ୍କିସ୍କିମ ବିଶ୍ୱାଳ (୧୦), ଅମିର ରଣବିଡ଼ା (୮), ସପ୍ନା ରଣବିଡ଼ା (୭) ପ୍ରମୁଖ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ବାନ୍ତି ହେବା ସହ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା।

ଉପସ୍ଥିତ ଶିକ୍ଷକମାନେ ପଚରାଉଚରା କରି ଘଟଣା ସଂପର୍କରେ ଜାଣିବା ପରେ ସେମାନଙ୍କୁ ତୁରନ୍ତ ବରପାଲି ଡାକ୍ତରଖାନାକୁ ଆଣିଥିଲେ। ବର୍ତ୍ତମାନ ସେମାନେ ଚିକିତ୍ସାଧୀନ ଥିବାବେଳେ ଅବସ୍ଥା ଠିକ୍‌ ଥିବା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ ସେଠ ଓ ଆଗଲପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ବିଦ୍ୟାଧର ନାଗ ସୂଚନା ଦେଇଛନ୍ତି। ସ୍ୱେଚ୍ଛାସେବୀ ଦୟାଳୁ ସାହୁ ଚିକିତ୍ସାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର