ହଟିଲେ ଶୁଭଙ୍କର ସରକାର, ଓଡ଼ିଶା ପାଇଁ ୩ ନେତାଙ୍କୁ ଏଆଇସିସି ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର: କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଦାୟିତ୍ୱରେ ଥିବା ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସମ୍ପାଦକ ଶୁଭଙ୍କର ସରକାରଙ୍କୁ ହଟାଇଦେଇଛନ୍ତି । ତାଙ୍କ ସ୍ଥାନରେ ୩ଜଣ ଏଆଇସିସି ସମ୍ପାଦକଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି । ଏମାନେ ହେଲେ ଆନ୍ଧ୍ରର ପୂର୍ବତନ ବିଧାୟକ ରୁଦ୍ର ରାଜୁ, ଦିଲ୍ଲୀର ପୂର୍ବତନ ବିଧାୟକ ଅନୀଲ ଚୌଧୁରୀ ଓ ପୂର୍ବତନ ବିଧାୟକ ଶେଖ ମସ୍ତାନ ଓ୍ଵାଲି । ଏହା ସହିତ ଆଦିତ୍ୟ ଶର୍ମାଙ୍କୁ ଓଡ଼ିଶା ପାଇଁ ଏଆଇସିସି ଯୁଗ୍ମ ସମ୍ପାଦକ ଦାୟିତ୍ୱ ଦିଆଯାଇଛି ।

ନିକଟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ରାଜ୍ୟରେ ଦଳର ବ୍ୟାପକ ସାଂଗଠନିକ ପରିବର୍ତ୍ତନର ସଂକେତ ଦେଇଥିଲେ। କିଛିଦିନ ତଳେ ଏଆଇସିସି ପକ୍ଷରୁ ଜିତେନ୍ଦ୍ର ସିଂଙ୍କୁ ଓଡ଼ିଶା ପ୍ରଭାରୀ କରାଯାଇଥିଲା । ସେ ବି.କେ. ହରିପ୍ରସାଦଙ୍କ ସ୍ଥାନ ନେଇଛନ୍ତି ।

ସମ୍ବନ୍ଧିତ ଖବର