୩ ନକ୍ସଲ ଗିରଫ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ପୁଲିସ ଆଜି ୩ ଜଣ ନକ୍ସଲକୁ ଗିରଫ କରିଛି। ସୂଚନା ଆନୁଯାୟୀ ଆଜି ସକାଳୁ କଟରୁ ଏସଡିଓ ପି.ପ୍ରଶାନ୍ତ ଶୁକ୍ଳାଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଆମ୍ପେଲି ନିକଟସ୍ଥ ଜଂଗଲରେ କମ୍ବିଂ କରୁଥିବା ବେଳେ ତିନି ଜଣ ସଂଦିଗ୍ଧ ବ୍ୟକ୍ତି ପୁଲିସକୁ ଦେଖି ଦୌଡି ପଳାଇ ଯିବାକୁ ଚେଷ୍ଟା କରିଥିଲେ। ପୁଲିସ ସେମାନଙ୍କୁ ପିଛା କରି ଧରିଥିଲା। ପଚରା ଉଚୁରା ସମୟରେ ସେମାନେ ଫଗୁନ, ସେତୁ ଏବଂ ଆୟତୁ ବୋଲି ପରିଚୟ ଜଣାପଡିଥିଲା। ସେମାନେ ବହୁ ନକ୍ସଲ ହିଂସାରେ ଜଡିତ ଥିବା ପୁଲିସ ଜାଣିବାକୁ ପାଇଛି। ସେମାନଙ୍କ ଠାରୁ ପୁଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର