ପୂର୍ବତନ ପୌର ଉପାଧୢକ୍ଷଙ୍କୁ ଆକ୍ରମଣ ଘଟଣା : ଜେଲ୍‌ ଗଲେ ମନ୍ତ୍ରୀଙ୍କ ଆଉ ୪ ସମର୍ଥକ

ଆନନ୍ଦପୁର : ଆନନ୍ଦପୁରର ପୂର୍ବତନ ପୌରଉପାଧୢକ୍ଷ ସୁରେଶ ସାହୁଙ୍କୁ ଆକ୍ରମଣ ଘଟଣାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ୪ ଜଣ ସମର୍ଥକ ଆଜି ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ଅଭିଯୁକ୍ତମା‌ନେ ହେଲେ ଘସିପୁରାର ମହେଶ୍ବର ସାହୁ, ମନୋର˚ଜନ ସାହୁ, ସିପୁନ୍‌ ବେହେରା ଓ ବିଶ୍ବର˚ଜନ ମହାରଣା। ସମସ୍ତଙ୍କୁ ଡାକ୍ତରୀ ପରୀକ୍ଷାପରେ ଘସିପୁରା ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଯାଇଥିଲା। ଜାମିନ୍‌ ନାମ˚ଜୁର ହେବାରୁ ସମସ୍ତଙ୍କୁ ଆନନ୍ଦପୁର ବିଚାର ବିଭାଗୀୟ ହାଜତ୍‌କୁ ପଠାଇ ଦିଆଯାଇଛି। ଆଜିର ଗିରଫ ପରେ ଏହି ମାମଲାରେ ମନ୍ତ୍ରୀପୁଅ ତଥା ଘସିପୁରା ବ୍ଲକର ପୂର୍ବତନ ଅଧୢକ୍ଷ ଦେବାଶିଷ ପାତ୍ରଙ୍କୁ ମିଶାଇ ମୋଟ୍‌ ୧୦ଜଣ ଗିରଫ ହୋଇ ସାରିଲେଣି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରହିଥିବା ରାମଚନ୍ଦ୍ରପୁର ଅଞ୍ଚଳର ଚାରିଜଣ ଅଦ୍ୟାବଧି ଫେରାର ଅଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ସେପ୍ଟେମ୍ବର ୬ ତାରିଖରେ ଘସିପୁରା ବସ୍‌ଷ୍ଟାଣ୍ତରେ ସୁରେଶ ସାହୁଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ମାମଲାରେ ମନ୍ତ୍ରୀଙ୍କ ପୁଅ ଓ ତାଙ୍କ ସମର୍ଥକଙ୍କ ଜାମିନ୍‌ର ଶୁଣାଣି ଆସାନ୍ତା ୩ ତାରିଖରେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଧାର୍ଯ୍ୟ କରାଯାଇଛି। ସେହିପରି ପୂର୍ବରୁ ଏହି ମାମଲାରେ ଆତ୍ମସମର୍ପଣ କରିଥିବା ନିର˚ଜନ ସାହୁ, ଅଜୟ ସାହୁ, ଆଶିଷ ବେହେରା, ଅକ୍ଷୟ ସାହୁଙ୍କୁ ୬ ତାରିଖ ଅପରାହ୍‌ଣରେ ଶୈଲଙ୍ଗରେ ଘଟିଥିବା ଆକ୍ରମଣ ମାମଲାରେ ପୁଲିସ୍‌ ରିମାଣ୍ତରେ ଆଣିଥିବାବେଳେ ସେମାନଙ୍କୁ ଆଜି କେନ୍ଦୁଝର ଜିଲ୍ଲା କାରାଗାରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଗାଡ଼ି କାଚଭଙ୍ଗା ମାମଲାରେ ଗିରଫ ହୋଇଥିବା ସୁରେଶ ସାହୁ ଓ ତାଙ୍କ ତିନି ସମର୍ଥକଙ୍କ ଜାମିନ୍‌ ଆବେଦନର ଶୁଣାଣି ଆସନ୍ତାକାଲି ଏଡିଜେଙ୍କ କୋର୍ଟରେ ହେବାର ରହିଛି।

ସମ୍ବନ୍ଧିତ ଖବର