ଦୁର୍ଘଟଣାରେ ୫ ମୃତ

ଚାରିଛକ/ପୁରୁଣାକଟକ/ରାୟଗଡା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅର୍ନ୍ତଗତ ଚାରିଛକ–ହରଭଙ୍ଗା ପୂର୍ତ୍ତ ବିଭାଗ ରାସ୍ତାର ଏକତାଳ ଛକ ଏବଂ ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ୍ ଚମ୍ପାଯୋଡି କଫିବୋର୍ଡ ନିକଟରେ ଘଟିଥିବା ଦୁଇଟି ପୃଥକ୍‌ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ୮ଜଣ ଗୁରୁତର ଆହତ ‌େହାଇଛନ୍ତି।

ବୌଦ୍ଧଠାରେ ଏକ ଡିଜେ ସାଉଣ୍ତ ଗାଡ଼ି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବ‌େଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ହେଲେ ଉପରକଟାର ସୁନୀଲ ମଲ୍ଲିକ (୨୦) ଓ କରଞ୍ଜକଟାର ଲିପୁନ ରାଜହଂସ (୧୫)।

ସେହିଭଳି, କାଶୀପୁରଠାରେ ବାଇକ୍ ଓ ଲୁନା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଲିମଡା ଗ୍ରାମର ଗୋବିନ୍ଦ ଲହରା (୨୫) ଓ ସାନ ମାଟିକଣା ଗ୍ରାମର ପରୀକ୍ଷିତ ନାୟକ (୫୫)।

ବର୍ଷକର ଝିଅକୁ ଛାଡ଼ି ମା’ ଚାଲିଗଲା
ଧନକଉଡ଼ା/ସମ୍ବଲପୁର :ବରଗଡ଼-ସମ୍ବଲପୁର ୫୩ ନଂ ଜାତୀୟ ରାଜପଥର ବୁର୍ଲା ଥାନା ଘୁଟ୍‌କାଟିକ୍ରା ପ୍ରଭୁଭକ୍ତି ଆଶ୍ରମ ନିକଟରେ ବୁଧବାର ରାତି ପ୍ରାୟ ଦେଢ଼ଟା ସମୟରେ ଏକ ଅଜଣ‌ା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତେବେ ଖବର ଲେଖା ହେବା ଯାଏଁ ଉକ୍ତ ମହିଳାଙ୍କର କୌଣସି ପରିଚୟ ମିଳିପାରିନାହିଁ। ତେସେପଟେ, ମହିଳାଙ୍କ ସହ ଥିବା ପ୍ରାୟ ୧ ବର୍ଷର ଶିଶୁକନ୍ୟାକୁ ସମ୍ବଲପୁର ଚାଇଲ୍ଡ ଲାଇନ୍‌ ପକ୍ଷରୁ ଉଦ୍ଧାର କରାଯାଇ ଛଚାନପାଲିସ୍ଥିତ ରୁ୍କ୍ମିଣୀଲାଠ୍‌ ବାଲ ନିକେତନକୁ ପଠାଯାଇଛି।

ସମ୍ବନ୍ଧିତ ଖବର