ଗଂଜେଇ ଚାଷୀକୁ ବ୍ଲାକମେଲ୍ ଓ ଚାନ୍ଦା ଆଦାୟ, ୫ ପୁଲିସ କର୍ମଚାରୀ ନିଲମ୍ବିତ

ବୌଦ୍ଧ : ଗଂଜେଇ ଚାଷୀକୁ ବ୍ଲାକମେଲ୍ କରି ତାଙ୍କଠାରୁ ୪୦ ହଜାର ଟଙ୍କା ଚାନ୍ଦା ସଂଗ୍ରହ କରିବା ଅଭିଯୋଗରେ ବୌଦ୍ଧ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ୫ ଜଣ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

ସୂଚନା ମୁତାବକ, ଗତ ୪ ତାରିଖ ଦିନ ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା ଗୁରୁଜିମୁଣ୍ଡା ଗାଁର ଗଣେଶ ମଲ୍ଲିକ ନାମକ ଜଣେ ବେଆଇନ ଗଂଜେଇ ଚାଷୀଙ୍କ ଘରକୁ ପୁଲିସ ହାବିଲଦାର ସନ୍ତୋଷ କଁହର, ହୋମାଗାର୍ଡ ରଶ୍ମିରଞ୍ଜନ ସ୍ବାଇଁ, ପବିତ୍ର ମୋହନ ପ୍ରଧାନ, ଶିବାଶିଷ ମହାପାତ୍ର, ଗ୍ରାମରକ୍ଷୀ ସାଧବ ସୁନା ପ୍ରମୁଖ ପହଞ୍ଚି ଟଙ୍କା ଲାଞ୍ଚ ନେବା ପାଇଁ ମୂଲଚାଲ କରିଥିଲେ। ଏପରିକି ୪୦ ହଜାର ଟଙ୍କା ନେଇ ଫେରିଥିଲେ। ଗଣେଶଙ୍କୁ ମାଡ଼ ମାରି ଉପରୋକ୍ତ କର୍ମଚାରୀମାନେ ୪୦ ହଜାର ଟଙ୍କା ଆଦୟ କରିଥିବା ନେଇ ସେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସପି ଶ୍ରୀ ମିଶ୍ର ଘଟଣା ସଂପର୍କରେ ଖବର ପାଇଁ ଡିଏସପି ବିପିନ ବିହାରୀ ବେହେରାଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦେଇଥିଲେ। ଏହାର ରିପୋର୍ଟ ପାଇବା ପରେ ଏସପି ଅଭିଯୁକ୍ତ ୫ ଜଣ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର