୭ ଡେପୁଟି କମାଣ୍ତାଣ୍ଟଙ୍କ ବଦଳି

କଟକ : ଓଡ଼ିଶା ପୁଲିସ୍‌ର ବିଭିନ୍ନ ବାଟାଲିଅନ୍‌ରେ କାର୍ଯ୍ୟରତ ୭ଜଣ ଡେପୁଟି କମାଣ୍ତାଣ୍ଟଙ୍କ ବଦଳି ହୋଇଛି। ଆଇଆର‌୍‌ବି ଦ୍ବିତୀୟ ବାଟାଲିଅନ୍‌ର ଦିଲ୍ଲୀପ କୁମାର ମହାପାତ୍ର ତୃତୀୟ ଏସଏସ୍‌ ବାଟାଲିଅନ୍‌କୁ, ଚତୁର୍ଥ ଏସ୍‌ଏସ୍‌ ବାଟାଲିଅନ୍‌ର ବସନ୍ତ କୁମାର ନାଏକ ପ୍ରଥମ ଏସ୍‌ଏସ୍‌ ବାଟାଲିଅନ୍‌କୁ, ଭୁବନେଶ୍ବର ଏସ୍‌ଓଜିର ଅଜୟ କୁମାର ପାଢୀ ଢେଙ୍କାନାଳ ପ୍ରଥମ ବାଟାଲିଅନକୁ, ଓଏସ୍‌ଏପି ଅଷ୍ଟମ ବାଟାଲିଅନର ଶୈଳେନ୍ଦ୍ର ମୁଖୀ ଷଷ୍ଠ ଆଇଆର‌୍‌ ବାଟାଲିଅନକୁ, ପ୍ରଥମ ଏସଏସ୍‌ ବାଟାଲିଅନର ବୁଡ୍ଡା ତମଙ୍ଗ ଓସ୍‌ଡମାକୁ, ପ୍ରଥମ ଆଇଆର‌୍‌ ବାଟାଲିଅନର ଲିଙ୍ଗରାଜ ମିଶ୍ର ଓଏସ୍‌ଏପି ଷଷ୍ଠ ବାଟାଲିଅନ୍‌କୁ, ଓସ୍‌ଡମାର ପ୍ରଶାନ୍ତ କୁମାର ନାୟକ ଚତୁର୍ଥ ଆଇଆର‌୍‌ ବାଟାଲିଅନ୍‌କୁ ବଦଳି ହୋଇଛନ୍ତି।

ସମ୍ବନ୍ଧିତ ଖବର