ଜମି ବିବାଦରୁ ଡବଲ ମର୍ଡର ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଟିଟିସିଲେଟ ଗାଁରେ ୨୦୧୬ ମସିହାରେ ଘଟିଥିବା ଡବଲ ମର୍ଡର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜେଶ କୁମାର ନାୟାର ଏହି ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ନୃପ ରଣାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ୫୦ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ମଧ୍ୟ ଦେଇଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଆଉ ଦୁଇବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ, ଟିଟିସିଲେଟ ଗାଁର କ୍ଷମା ରଣାଙ୍କ ପ୍ରଥମ ସ୍ତ୍ରୀଙ୍କ ଦୁଇପୁଅ ନୃପ ରଣା ଓ ସୁରିନ ରଣା। ଉଭୟଙ୍କ ବାହାଘର ପରେ ତାଙ୍କ ସାଢ଼େ ୪ଏକର ଜମିରୁ ଦୁଇ ଏକର ଭାଗ ଆକାରରେ ଦେଇଥିଲେ। ଏଥିରେ ନୃପ ସନ୍ତୁଷ୍ଟ ନ ଥିଲେ। ୨୦୧୬ ମାର୍ଚ୍ଚ ୧୬ ତାରିଖ ଦିନ ସକାଳ ପ୍ରାୟ ୮ଟାରେ କ୍ଷମା, ତାଙ୍କ ଦ୍ୱିତୀୟ ସ୍ତ୍ରୀ ରୁକ୍ମିଣୀ ଓ ରୁକ୍ମିଣୀଙ୍କ ୫ ବର୍ଷ ବୟସର ପୁଅ ରାକ୍ଷୀ କ୍ଷେତକୁ ଯାଇଥିଲେ। ସେଠାକୁ ନୃପ ଆସି କ୍ଷମାଙ୍କ ସହ ଜମି ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହି ସମୟରେ ନୃପ ଧରିଥିବା ଟାଙ୍ଗିଆରେ ସାବତ ମା ରୁକ୍ମିଣୀଙ୍କୁ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର