ପ୍ରାଶାସନିକ ସଂସ୍କାର : ବଦଳିଲା ଶାସନ ଢାଞ୍ଚା

ତିନି ଥାକିଆ ବ୍ୟବସ୍ଥା ଉଠିଲା; ଏବେ ଦୁଇ ଥାକିଆ, ଗୋଟିଏ ଛାତ ତଳେ ସଚିବ-ନିର୍ଦେଶକ, ସଚିବାଳୟ ସହ ସିଧା ଯୋଡ଼ି ହେଲା ଜିଲ୍ଲା

ଭୁବନେଶ୍ବର : ସଚିବାଳୟରେ ନିୟମ ପ୍ରଣୟନ େହଉଥିଲା। ଅଫିସରମାନେ ଏହାକୁ ପଠାଉଥିଲେ ନିେର୍ଦଶାଳୟ। ୬୬ଟି ନିେର୍ଦଶାଳୟ ଜରିଆରେ ଜିଲ୍ଲାସ୍ତରରେ ଏସବୁ ନିୟମକୁ କାର୍ଯ୍ୟକାରୀ କରାଯାଉଥିଲା। ମଧ୍ୟସ୍ଥି ଭୂମିକାରେ ରହି ଦାୟିତ୍ବ ତୁଲାଉଥିଲେ ନିେର୍ଦଶକ ଓ ତାଙ୍କ ଟିମ୍। େଗାଟିଏ କାର୍ଯ୍ୟ ତିନି ତିନି ଥର େହଉଥିଲା। ଚିଠି ଦିଆନିଆ, ପ୍ରସ୍ତାବ ଉପରେ ତର୍ଜମା ଆଦିରେ ସମୟ କେବଳ ଯେ ଅପଚୟ େହଉଥିଲା ତାହା ନୁେହଁ, ପ୍ରଶାସନିକ କାର୍ଯ୍ୟ ଅଧା ବାଟରେ ବେଳେ ବେଳେ ଅଟକି ଯାଉଥିଲା। ସରକାର ଖାଲି ଚିଠିପତ୍ରରେ େକାଟି େକାଟି ଟଙ୍କା ଖର୍ଚ୍ଚ କରୁଥିଲେ।

ମୁଖ୍ୟଶାସନ ସଚିବ ଭାବେ ଅସିତ କୁମାର ତ୍ରିପାଠୀ ଦାୟିତ୍ବ େନବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଆଜି ପ୍ରଥମ ସଂସ୍କାର ଆଣିଛନ୍ତି। ରାଜ୍ୟ ପ୍ରଶାସନ କାର୍ଯ୍ୟାନ୍ବୟନରେ ବଡ଼ ଧରଣର ପରିବର୍ତନ କରାଯାଇଛି। ଦୀର୍ଘ ବର୍ଷ ଧରି ଚାଲିଥିବା ପାରମ୍ପରିକ ଢାଞ୍ଚାକୁ ସରକାର ବଦଳାଇ ଦେଇଛନ୍ତି। ଏଣିକି ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟ ଗୋଟିଏ ଛାତ ତଳେ କାମ କରିବେ। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ସଂକଳ୍ପ ଜାରି ହୋଇଛି। ଏହା ଫଳରେ ସରକାରୀ କାର୍ଯ୍ୟ ସହଜ ହେବା ସହ ନିଷ୍ପତ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ସରକାର ଆଶା ରଖିଛନ୍ତି।

ସରକାର ଜାରି କରିଥିବା ସଂକଳ୍ପ ଅନୁଯ‌ାୟୀ, ନୂଆ ବ୍ୟବସ୍ଥାରେ ତଳିଆ ପଦବିଗୁଡ଼ିକୁ ଉଚ୍ଛେଦ କରାଯିବ। ବିଭାଗୀୟ ମୁଖ୍ୟଗୁଡ଼ିକରେ ଖାଲି ଥିବା ଜୁନିୟର୍ ଆସିଷ୍ଟାଣ୍ଟ୍‌ ପଦବି ପୂରଣ ଉପରେ ବି ରୋକ୍ ଲଗାଯାଇଛି। ବିଭାଗୀୟ ମିଶ୍ରଣ ପରେ ବଳକା କର୍ମଚାରୀଙ୍କୁ ଅନ୍ୟ ବିଭାଗରେ ଖାଲି ଥିବା ପଦବିରେ ରଖିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ବନ୍ଦୋବସ୍ତ କରିବ। କୌଣସି ପ୍ରକାର କର୍ମଚାରୀଙ୍କ କ୍ୟାଡର୍‌ ରୁଲ୍‌ରେ ପରିବର୍ତ୍ତନ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ପ୍ରଶାସନିକ ବିଭାଗ ଓ ନି‌େର୍ଦ୍ଦଶାଳୟ ମିଶିଲା ପରେ ଯେଉଁ କମ୍ପୋଜିଟ୍‌ ବିଭାଗ ହେବ, ତାହା କେଉଁଠି କାର୍ଯ୍ୟ କରିବ ତାହା ପ୍ରଶାସନିକ ବିଭାଗ ସ୍ଥିର କରିବ। ଆବଶ୍ୟକ ଅନୁଯାୟୀ ସ୍ଥାନ ଓ ସାଧାରଣ ଲୋକଙ୍କ ସୁବିଧାକୁ ନଜରରେ ରଖି ଏହା ସ୍ଥିର କରାଯିବ। ନୂଆ ବ୍ୟବସ୍ଥାରେ ଓସ୍ବାସ୍ ଜରିଆରେ ଏକକ ଫାଇଲ୍‌ ବ୍ୟବସ୍ଥା ପ୍ରଚଳନ କରାଯିବ। ନିର୍ଦ୍ଦେଶାଳୟର ପ୍ରସ୍ତାବଗୁଡ଼ିକ ପୁନଃ ତର୍ଜମା ଓ ପୁନଃ ପ୍ରେରଣ କରାଯିବ ନାହିଁ। ଏବେ କେବଳ ସଚିବାଳୟରେ ଓସ୍ବାସ୍ ବ୍ୟବସ୍ଥା ପରିଚାଳିତ ହେଉଥିଲା ବେଳେ ଆଗକୁ ନିର୍ଦ୍ଦେଶାଳୟକୁ ସେଥିରେ ଯୋଡ଼ାଯିବ।

ଉଭୟ ପ୍ରଶାସନିକ ବିଭାଗ ଓ ସଂପୃକ୍ତ ନିର୍ଦ୍ଦେଶାଳୟ ପାଇଁ ଗୋଟିଏ ଅଫିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌, ଇସ୍ୟୁ ଓ ଆକାଉଣ୍ଟ୍‌ସ୍‌ ଏବଂ କ୍ୟାସ୍‌ ବିଭାଗର ପୁନର୍ଗଠନ କରାଯିବ। ଡିଡିଓ, ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଅଫିସର୍ ଓ କର୍ମଚାରୀଙ୍କୁ କମ୍ପୋଜିଟ୍‌ ବିଭାଗର ଆବଶ୍ୟକତା ଅନୁଯାୟୀ ନିୟୋଜିତ କରାଯିବ। ସମୟ ଅପଚୟ ଓ ଗୋଟିଏ କାମକୁ ଦୁଇ ଥର ଯେପରି କରା ନ ଯାଏ, ସେ ଦିଗ ପ୍ରତି ଧ୍ୟାନ ଦେବାକୁ ସରକାର ଗୁରୁତ୍ବ ଦେଇଛନ୍ତି।

ଯଦି କୌଣସି ବିଭାଗରେ କର୍ମଚାରୀ ବଳକା ରୁହନ୍ତି, ତେବେ ସାଧାରଣ ପ୍ରଶାସନ ବିଭାଗକୁ ସେମାନଙ୍କୁ ପଠାଯିବ। ସାଧାରଣ ପ୍ରଶାସନ ବିଭାଗ ସେମାନଙ୍କୁ ଆବଶ୍ୟକତା ଅନୁଯାୟୀ ନିୟୋଜିତ କରିବ। ତେବେ ଅର୍ଥ ବିଭାଗର ଗାଇଡ୍‌ଲାଇନ୍ ଅନୁଯାୟୀ ତଳ ସ୍ତରରେ ଖାଲି ଥିବା ପଦବି ଉଚ୍ଛେଦ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

କମ୍ପୋଜିଟ୍‌ ବିଭାଗରେ କାମ କରୁଥିବା କର୍ମଚାରୀମାନଙ୍କ କ୍ୟାଡର୍‌ ରୁଲ୍‌ରେ ପରିବର୍ତ୍ତନ ହେବ ନାହିଁ। ପୂର୍ବ ପରି ସେମାନଙ୍କ କ୍ୟାଡର୍‌ ଅନୁଯାୟୀ ଆବଶ୍ୟକ ସୁବିଧାସୁଯୋଗ ବଜାୟ ରହିବ। କର୍ମଚାରୀଙ୍କ ପଦୋନ୍ନତି, ମୃତ୍ୟୁ, ଇସ୍ତଫା କ୍ଷେତ୍ରରେ ବିଭାଗୀୟ ମୁଖ୍ୟର ବେସ୍‌ ଲେଭଲ୍‌ ପଦବି ଉଚ୍ଛେଦ ହେବ। ସଂପୃକ୍ତ ପଦବିଗୁଡ଼ିକ ବିଭାଗୀୟ ମୁଖ୍ୟ ପାଇଁ ଉଦ୍ଦିଷ୍ଟ‌ ସେକ୍ରେଟାରିଏଟ୍‌ କମନ୍‌ କ୍ୟାଡର୍‌ରୁ ପୂରଣ ହେବ। ବିଭାଗୀୟ ମୁଖ୍ୟ କ୍ୟାଡର୍‌ ଅନ୍ତର୍ଭୁକ୍ତ ଜୁନିୟର୍ ଆସିଷ୍ଟାଣ୍ଟ୍‌ ପଦବିରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଯୁକ୍ତି ହୋଇପାରିବ ନାହିଁ। ଆସନ୍ତା ଆର୍ଥିକ ବର୍ଷରୁ ପ୍ରଶାସନିକ ବିଭାଗ ଏହି କମ୍ପୋଜିଟ୍‌ ବିଭାଗ ପାଇଁ ଅର୍ଥ ବିଭାଗ ସହ ପରାମର୍ଶ କରି ବଜେଟ୍‌ ବ୍ୟବସ୍ଥା କରିବେ।

ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି। ପ୍ରତିକ୍ରିୟା େଦଇ ସମିତିର ସାଧାରଣ ସଂପାଦକ ବ୍ରଜ ନନ୍ଦ କହିଛନ୍ତି, ଦୀର୍ଘ ଦିନର ଦାବି ପୂରଣ େହାଇଛି। ଏହାଦ୍ବାରା ୫ଟିର ସଫଳ ରୂପାୟନ େହବ ଓ ରକେଟ୍ ଭଳି ଫାଇଲ ଗତି କରିବ।

ସମ୍ବନ୍ଧିତ ଖବର