ପୁରୀରେ ଆମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌

ପୁରୀ : ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଗୁରୁବାର ରାତି ୧୦ଟା ୪୫ରେ ପୁରୀରେ ପହଞ୍ଚିଛନ୍ତି। ଶ୍ରୀ ସୁବ୍ରମଣ୍ୟମ ୨୧ ଓ ୨୨ ତାରିଖ ଦୁଇ ଦିନ ରହିବେ। ପୁରୀରେ ପହଞ୍ଚିବା ପରେ ଶ୍ରୀ ସୁବ୍ରମଣ୍ୟମଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସ୍‌ପି ଡା.ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ସର୍କିଟ୍‌ ହାଉସଠାରେ ସ୍ୱାଗତ ଜଣାଇଥିଲେ। ଆମିକସକ୍ୟୁରୀଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଆସନ୍ତା ୨୪ ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର