ଶାହ ଆଜି ଆସୁଛନ୍ତି

0

ଭୁବନେଶ୍ବର : ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ଅମିତ ଶାହ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଏପ୍ରିଲ ପହିଲା ଅବସରରେ ଦୁଇଟି ନିର୍ବାଚନୀ ସଭାରେ ଯୋଗଦେବେ। ସକାଳ ୧୧ଟା ବେଳେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି କାଶୀନଗର ବ୍ଲକର ସିଦ୍ଧାବଡ଼ଙ୍ଗା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ସେହିପରି ଅପରାହ୍ନ ୧ଟାରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଅନ୍ୟ ଏକ ସମାବେଶରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ ଏପ୍ରିଲ ୨ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେହିପରି ୬ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.