୧୬୮ ପାଇଁ ୩୦ ହଜାର ଆଶାୟୀ : ନବୀନ ନିବାସରେ ଭିଡ଼ ବଢୁଛି; ମାଳବିକା ଦେଓ, ସମ୍ବିତ ଭେଟିଲେ
ପାଞ୍ଚଟି ସଂସ୍ଥା, ପାଞ୍ଚଥର ସର୍ଭେ
ଭୁବନେଶ୍ବର : ବିଧାନସଭା ଆସନ ସଂଖ୍ୟା ୧୪୭। ଲୋକସଭାର ୨୧ ଆସନ ପାଇଁ ମଧ୍ୟ ଆସନ୍ତା ନିର୍ବାଚନରେ ଭୋଟଗ୍ରହଣ ହେବ। ୩ କୋଟି ୧୮ଲକ୍ଷ ଭୋଟର ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ କୌତୂହଳର ବିଷୟ ହେଉଛି, ଅନ୍ୟ ଦଳ କଥା ଦୂରେ ଥାଉ, ଏତିକି ଆସନ ପାଇଁ କେବଳ ଶାସକ ବିେଜଡିରୁ ୩୦ ହଜାର ଆଶାୟୀ ଲଢିବାକୁ ପ୍ରସ୍ତୁତ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ଧରି ନବୀନ ନିବାସରେ ଯେଉଁ ଯୁବକ, ମହିଳା, ବରିଷ୍ଠ, ବୟସ୍କ ନେତା, କର୍ମୀ ଆଦି ପ୍ରାର୍ଥୀ ହେବା ପାଇଁ ଭିଡ ଜମାଉଛନ୍ତି, ସେମାନଙ୍କ ବାୟୋଡାଟା (ବ୍ୟକ୍ତିଗତ ତଥ୍ୟ) ଆଜି ରାତି ସୁଦ୍ଧା ଏହି ସଂଖ୍ୟା ଅତିକ୍ରମ କରିଯାଇଛି। କେବଳ ସେତିକି ନୁହେଁ, ଦଳର ପ୍ରମୁଖ େନତା, ସାଂସଦଙ୍କ ନିକଟରେ ମଧ୍ୟ ଶହ ଶହ ବାେୟାଡାଟା ପଡିରହିଛି। ଏସବୁକୁ ନବୀନ ନିବାସରେ ଦାଖଲ କରିବା ଲାଗି ଆଜି ଦଳ ସଂପୃକ୍ତ ନେତାମାନଙ୍କୁ ପରାମର୍ଶ ଦେଇଛି।
ଏତେ ସଂଖ୍ୟକ ବାୟୋଡାଟା ପରୋକ୍ଷରେ ସୂଚାଇ େଦଉଛି େଯ ଗଣତାନ୍ତ୍ରିକ ମତଦାନ ପ୍ରକ୍ରିୟାରେ ଭାଗ େନବା ଲାଗି କେବଳ େଭାଟର ଆଗ୍ରହ ପ୍ରକାଶ କରୁଛନ୍ତି ତା ନୁେହଁ, ପ୍ରତିନିଧି େହବା ଲାଗି ବିଭିନ୍ନ ବର୍ଗର େନତାଙ୍କ ମଧ୍ୟରେ ଉତ୍ସାହ ବି ବଢିଛି। ସାମ୍ବାଦିକ, ଯନ୍ତ୍ରୀ, ସରକାରୀ ବାବୁ, ଦଳର କର୍ମୀଙ୍କଠାରୁ ଆରମ୍ଭକରି ପ୍ରାଧ୍ୟାପକଙ୍କ ପର୍ଯ୍ୟନ୍ତ ଏହି ତାଲିକାରେ ଅଛନ୍ତି। ଏମାେନ ନିଜ ନିଜ ଅଞ୍ଚଳରେ ପ୍ରାର୍ଥୀ େହବା ପାଇଁ ରଙ୍ଗିନ୍ ମଲାଟରେ ଆକର୍ଷଣୀୟ ବାେୟାଡାଟା ପ୍ରଦାନ କରିଛନ୍ତି।
ତେବେ ଏତେ ସଂଖ୍ୟକ ବାୟୋଡାଟା ମଧ୍ୟରୁ ନିର୍ଦିଷ୍ଟ େକଉଁ ୧୬୮ ଜଣଙ୍କୁ ଟିେକଟ୍ ମିଳିବ, ତାହା ମଧ୍ୟ ଏବେ ବଡ଼ ପ୍ରଶ୍ନ େହଲାଣି। ଏହାକୁ ନେଇ ବିେଜଡିର କର୍ମୀଙ୍କ ଠାରୁ ଆରମ୍ଭ କରି ଶୀର୍ଷନେତାଙ୍କ ପର୍ଯ୍ୟନ୍ତ ସବୁ ସ୍ତରରେ ଉତ୍କଣ୍ଠା ପ୍ରକାଶ ପାଉଛି। ତେବେ ସୁପ୍ରିମୋଙ୍କ ନିଷ୍ପତ୍ତି କାହା ସପକ୍ଷରେ ଯାଉଛି, ସେ େନଇ କେହି ଠଉରାଇ ପାରୁନାହାନ୍ତି। ଦଳର ଜଣେ ବରିଷ୍ଠ େନତା ଆଜି ହାଲକା ମନ୍ତବ୍ୟ ଦେଇ ଏକଥା କହିଛନ୍ତି େଯ କେବଳ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ଲଢିବା ନିଷ୍ପତ୍ତି େହାଇଛି। ବାକି କେଉଁ ୧୬୭ ଜଣ ଟିକେଟ୍ ପାଇବେ ତାହା କେବଳ ନବୀନଙ୍କୁ ଜଣା।
ବିେଜଡିର ଶୀର୍ଷସ୍ତରରୁ ମିଳୁଥିବା ସୂଚନାକୁ ବିଶ୍ବାସ କରାଗଲେ, ନବୀନ ନିବାସରେ େଶଷ ପର୍ଯ୍ୟାୟ କସରତ ଆରମ୍ଭ େହାଇଯାଇଛି। ଆଜି ବି ଦଳର ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ସହିତ ଆେଲାଚନା େହାଇଥିଲା। ପାଖାପାଖି ୬୦ ଆସନରେ ପ୍ରାର୍ଥୀ ବଦଳିବା ସମ୍ଭାବନାକୁ ଏଡାଇ ଦେଇ େହଉନାହିଁ। ଏହି ସବୁ ଆସନରେ ନୂଆ ମୁହଁକୁ େଭାଟରଙ୍କ ପାଖରେ ନବୀନ ଉପସ୍ଥାପନ କରିବା ଲାଗି ବିଚାର ଚଳାଇଛନ୍ତି। ପୁରୀ ଜିଲ୍ଲା ଠାରୁ ଆରମ୍ଭ କରି େକାରାପୁଟ ପର୍ଯ୍ୟନ୍ତ ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ବଡ଼ ପରିବର୍ତନ କରାଯାଉଥିବା ଆଭାସ ମିଳିଛି।
ବିେଜଡିର ଜଣେ ବରିଷ୍ଠ େନତା କହିଛନ୍ତି, ପର୍ଯ୍ୟବେକ୍ଷକଙ୍କ ରିେପାର୍ଟ, ବାେୟାଡାଟା ଉପରେ ଥରେ ନୁହେଁ, ପାଞ୍ଚ ପର୍ଯ୍ୟାୟରେ ଓ ପାଞ୍ଚଟି ସଂସ୍ଥା ଦ୍ବାରା ସର୍ଭେ କରାଯାଇଛି। ଏହି ସର୍ଭେ ରିେପାର୍ଟ ଟିେକଟ ବଣ୍ଟନ ପ୍ରକ୍ରିୟାର ବଡ଼ ଆଧାର େବାଲି କୁହାଯାଇପାରେ। ଯେଉଁ େନତା ଜିତିବେ, େସମାନଙ୍କୁ ଏକ ନମ୍ବର ତାଲିକାରେ ରଖାଯାଉଛି। ଏହା ପରେ ମୁଖିଆ କେବଳ ଚୂଡାନ୍ତ ନିଷ୍ପତ୍ତି େନବେ। ତେବେ ଗତ ନିର୍ବାଚନମାନଙ୍କରେ େଯତିକି ଆବେଦନ ଆସୁଥିଲା, ଏଥର ସଂଖ୍ୟା ସବୁ ରେକର୍ଡକୁ ଟପିଯାଇଛି।
ରାଜନୈତିକ ମହଲର କହିବା କଥା େହଉଛି, ଆଶାୟୀଙ୍କ ସଂଖ୍ୟା େଯମିତି ବଢୁଛି, ଅସନ୍ତୁଷ୍ଟଙ୍କ ସଂଖ୍ୟା ମଧ୍ୟ ଟିେକଟ୍ େଘାଷଣା ପରେ ବଢିପାରେ। କାରଣ ବଦନାମ େହାଇଥିବା େନତା ଟିକେଟ୍ ପାଇଁ ଆଶାୟୀ ରହିବେ। ହେଲେ ନବୀନଙ୍କ ନିଷ୍ପତ୍ତିକୁ େଭାଟର ଯଦି ଗ୍ରହଣ କରନ୍ତି ଓ ପ୍ରାର୍ଥୀ ଚୟନ ଉପଯୁକ୍ତ େବାଲି ସେମାେନ ବିଚାର କରନ୍ତି, ତେବେ ଗତ ନିର୍ବାଚନମାନଙ୍କ ଭଳି ବିେଜଡି ସପକ୍ଷରେ ମତଦାନ ଯିବ। ଆଶାୟୀ ବିେରାଧ କଲେ ବି ବିଫଳ େହବେ। ଅନ୍ୟଥା ଏମାନେ ଦଳ ପାଇଁ କଣ୍ଟା ସାଜିପାରନ୍ତି ଓ ନବୀନଙ୍କ ପ୍ରତିଷ୍ଠା ଓ ପତିଆରା ଉପରେ ମଧ୍ୟ ଆଞ୍ଚ ଆସିପାରେ। ଏଣୁ ସରକାରୀ ଯୋଜନା େଯତେ ବି ପ୍ରଭାବୀ େହାଇଥାଉ, ଟିକେଟ୍ ଚୟନ ଉପରେ ବିେଜଡ଼ିର ଭବିଷ୍ୟତ ନିର୍ଭର କରିବ।
ଉେଲ୍ଲଖଯୋଗ୍ୟ, ନିର୍ବାଚନ ତାରିଖ େଯତିକି ପାେଖଇ ଆସୁଛି, ନବୀନ ନିବାସରେ ମାଳ ମାଳ ନେତା, ବିଧାୟକ ଓ ସାଂସଦଙ୍କ ଭିଡ଼ ବଢିବାରେ ଲାଗିଛି। ବିଜେଡି ମୁଖିଆଙ୍କୁ ଏକାଧିକ ବାର ମୁହଁ ଦେଖାଇ ଦଳୀୟ ଟିକେଟ ହାତେଇବା ପାଇଁ କିଛି େନତା େଜାରଦାର ଉଦ୍ୟମ ଚଳାଇଛନ୍ତି।
ଆଜି କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବିକା ଦେବୀ ଗୁରୁବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ତାଙ୍କୁ ଆଶ୍ବାସନା େଦଇଥିବା ସୂଚନା ମିଳିଛି। ମାଳବିକା ପ୍ରଥମ ପ୍ରତିକ୍ରିୟା େଦଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ କରିଛନ୍ତି। େସଥିପାଇଁ ତାଙ୍କ େନତୃତ୍ବରେ ଆସ୍ଥା ରଖି ତାଙ୍କୁ େଭଟିଥିଲି। ନିଷ୍ପତ୍ତି ତାଙ୍କ ଉପରେ ନିର୍ଭର କରେ। କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ସାଂସଦ ଅର୍କ କେଶରୀ ଦେଓଙ୍କ ସହ ଆସି ମାଳବିକା ବିଜେଡି ସଭାପତିଙ୍କ ସହ ଆଲୋଚନା କରିଥିଲେ। କଳାହାଣ୍ଡି ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲାର ନେତୃମଣ୍ଡଳୀ ନବୀନଙ୍କ ନିକଟରେ ଗତକାଲି ତାଙ୍କ ନାମ ରଖିଥିଲେ।
ଆଜି ନବୀନ ନିବାସରେ କଳାହାଣ୍ଡିର ଦିବ୍ୟଶଙ୍କର ମିଶ୍ର, ପୁେଷ୍ପନ୍ଦ୍ର ସିଂହଦେଓ, ବଳଭଦ୍ର ମାଝୀ, ଅନାମ ନାୟକ, ସାଂସଦ କୁଳମଣି ସାମଲ, ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ, ସମ୍ବିତ ରାଉତରାୟ, କଟକରୁ ପ୍ରାର୍ଥୀ େହବାକୁ ଆଖି ରଖିଥିବା ଚଳଚ୍ଚିତ୍ର ତାରକା ଅରିନ୍ଦମ ରାୟ ପ୍ରମୁଖଙ୍କୁ ମଧ୍ୟ େଦଖିବାକୁ ମିଳିଥିଲା।